-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ଭୀମପାହାଡର ଅତିତ,ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର- ‘ଭୀମପାହାଡରେ ପ୍ରାଗ୍ଐ ତିହାସିକ ସମୟର ରେଖାଚିତ୍ର, ପ୍ରତ୍ନତାତ୍ୱିକ ସର୍ବେକ୍ଷଣ କରାଯାଉ’

19-May-2023



ବଲାଙ୍ଗୀର(ପ୍ରେରଣା ଖବର)-ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୯ମ ଭୀମପାହାଡ ମହୋତ୍ସବ ଉପଲକ୍ଷେ ଦେଓଗାଁ ବ୍ଲକ ମକୁମନ୍ଦପୁର ପଞ୍ଚାୟତର ଐତିହ୍ୟପୀଠ ଭୀମ ପହାଡ ଠାରେ ଆଜି ମହୋତ୍ସବ କମିଟି ତରଫରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀ ସଭାକକ୍ଷରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଧ୍ୟାପକ ତଥା ଇନଟାକ୍ ବଲାଙ୍ଗୀର ଚାପଟରର ସଭାପତି  ଡ.ଶିବପ୍ରସାଦ ନନ୍ଦ, ଆଲୋଚକ ଭାବରେ ସମ୍ବଲପୁର ଆଇଆଇ ଏମ଼୍ ର  ଏସୋସିଏଟ ପ୍ରଫେସର ଡ.ସୁଜିତ କୁମାର ପୃଷେଠ ଓ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ଯୋଗ ଦେଇଥିଲେ । ଭୀମପାହାଡରେ ଶତାଧିକ ଗୁମ୍ଫା ରହିଛି ଓ ଏଠାରେ ଅନେକ ରେଖାଚିତ୍ର ରହିଛି । ପୂର୍ବରୁ ଏହି ଅଞ୍ଚଳ ଦକ୍ଷିଣ କୋଶଳର ଅଂଶବିଷେଶ ରହିଥିଲା । ଏହା ସହିତ ଅନେକ ସ୍ଥାନରେ ପ୍ରାଗଐତିହାସିକ ଯୁଗର ତୀର, ପଥର ମାଳି, ସ୍ୱତନ୍ତ୍ର ଧରଣର ଇଟା ମିଳୁଛି । କେତେକ ସ୍ଥାନରେ ଗୁମ୍ଫାର ପଥରରେ ସ୍ୱସ୍ତିକ ଚିହ୍ନ, ତନ୍ତ୍ରଚକ୍ର, ଯୋନୀ ଚିହ୍ନ ଇତ୍ୟାଦିି ମଧ୍ୟ ରହିଛି । ବହୁଦିନରୁ ଏହି ଅଞ୍ଚଳରେ ଏକ ସମୃଦ୍ଧ ସଭ୍ୟତା ଥିବାର ଅନୁମାନ କରାଯାଉଛି । ତେଣୁ ଏହି ପୀଠରେ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ କରାଯିବାକୁ ପ୍ରଫେସର ଡ.ଶିବପ୍ରସାଦ ନନ୍ଦ ମତ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଭୀମଡୁଙ୍ଗୁରୀ ଏହି ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ପରିଚୟ ହୋଇଛି । ତେଣୁ ଏହି ଅଞ୍ଚଳର ଉନ୍ନତି କରିବାକୁ ହେଲେ ଭୀମଡୁଙ୍ଗୁରୀର ସାମଗ୍ରୀକ ବିକାଶର ଆବଶ୍ୟକତା ରହିଛି । ଇନେଟେକ୍ ବଲାଙ୍ଗୀର ଚାପଟର ତରଫରୁ ଏନେଇ ଆର୍କୋଲୋଜିକାଲ ସର୍ଭେକୁ ଚିଠି ଲେଖାଯାଇଛି ବୋଲି ସୂଚନା ଦେଇଥିଲେ ।

ଠିକ ସେହିପରି ପ୍ରଫେସର ଡ.ପୃଷେଠ ତାଙ୍କ ବକ୍ତବ୍ୟରେ ଭୀମପାହାଡ ସହିତ ଭାରତୀୟ ସ୍ୱାଧୀନତାସଂଗ୍ରାମର ଇତିହାସ ଯୋଡିହୋଇଥିବା ବିଷୟରେ ଆଲୋଚନା କରିଥିଲେ । ଗୋଟିଏ ଦିନରେ ଏକ ଉନ୍ନତ ଅଞ୍ଚଳ ରହିଆସିଥିବା ପାଟଣା ଗଡଜାତ ତଥା ବଲାଙ୍ଗୀରରୁ କନ୍ଧମେଳି ଆନ୍ଦୋଳନରେ ଝାସ ଦେଇଥିବା ଅଠଗାଁ ଜମିଦାର ଧରମସିଂ ମାଝୀ ମାନଧାତାଙ୍କ ତ୍ୟାଗ ଓ ବଳିଦାନକୁ ଆମେ ସ୍ମୃତିଚାରଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । କନ୍ଧମେଳି ସମୟର ସ୍ମୃତିକୁ ମନେପକାଇବାକୁ ଏଠାରେ ସହିଦ ଧରମସିଂ ମାଝୀ ମାନ୍ଧାତା, ରେଣ୍ଡୋ ମାଝୀ ଓ ଚକୋରା ବିଶୋଇଙ୍କ ଉପରେ ଆହୁରି ଗବେଷଣା କରାଯାଇ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ ବୋଲି ମତ ଦେଇଥିଲେ ।

ସହିଦ ଧରମସିଂ ମାଝୀ ମାନଧାତାଙ୍କ ବିଷୟରେ ଏନସିଆରଟି ପାଠ୍ୟପୁସ୍ତକରେ ପାଠ୍ୟକ୍ରମ ରଖାଯିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି କରାଯାଉ ବୋଲି ଡ.ପୃଷେଠ କହିଥିଲେ । ଅତିଥିଗଣଙ୍କୁ ସ୍ୱାଗତ କରିବା ସହିତ ଆଲୋଚନାର ଉଦ୍ଦେଶ୍ୟ ବର୍ଣ୍ଣନାକରି ଆଦିବାସୀଙ୍କ ଆଦିଦେବତା ଭୀମାବୁଢା ଓ ଆଦିବାସୀଙ୍କ ସଂସ୍କୃତିକୁ ସୁରକ୍ଷା ପାଇଁ ଏକ ମ୍ୟୁଜିୟମର ଆବଶ୍ୟକତା ଉପରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ମତ ଦେଇଥିଲେ । ସାମ୍ବାଦିକ ସନ୍ଦୀପ କୁମାର କୁଅଁର ତାଙ୍କ ବକ୍ତବ୍ୟରେ ଏହି ଅଞ୍ଚଳର ଆଦି ସଂସ୍କୃତିର ସୁରକ୍ଷା ନିତାନ୍ତ ଆବଶ୍ୟକ ତେଣୁ ଭୀମାବୁଢାଙ୍କ ଉପରେ ଅଧିକ ଗବେଷଣା କରାଯାଉ ବୋଲି ମତଦେଇଥିଲେ । ଆଲୋଚନାଚକ୍ରରେ ମହୋତ୍ସବ କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ ଓ କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀଙ୍କ ସହିତ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ରହିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like