-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
19-May-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ବଡ଼ ବଜାର ରାୟଗୁରୁ ପଡା ସ୍ଥିତ ଶ୍ରୀ ବୃନ୍ଦାବନ ବିହାର ମନ୍ଦିରରେ ମହା ସମାରୋହରେ ସାବିତ୍ରୀ ବ୍ରତ ପାଳନ ହୋଇ ଯାଇଛି l ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର ରୀତିନୀତି ସହ ପୂଜା କରିଥିବା ବେଳେ ସାବିତ୍ରୀ ବ୍ରତ ଧାରଣ କରିଥିବା ବଡ଼ ବଜାର ଅଞ୍ଚଳର ଶହଶହ ମହିଳା ଏହି ମନ୍ଦିରରେ ପହଞ୍ଚି ପୂଜା ଅର୍ଚନା କରି ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ ଆଜି ସହରର ଶ୍ରୀ ସୁବର୍ଣ୍ଣ ମେରୁ,ଶ୍ରୀ ରାମେଶ୍ୱର, ଶ୍ରୀ ଓଂକାର ନାଥ, ଶ୍ରୀ ଚନ୍ଦ୍ର ଶେଖର, ଶ୍ରୀ ପଞ୍ଚରଥ, ଶ୍ର ପଶ୍ଚିମ ସୋମନାଥ, ଶ୍ରୀ ଗୋକୋନେଶ୍ୱର, ଲୋକନାଥ ଶୈବ ପୀଠ ସମେତ ପ୍ରତ୍ୟେକ ଶୈବ ପୀଠ ଅଞ୍ଚଳରେ ସାବିତ୍ରୀ ବ୍ରତ ପାଳନ ପୂଜା ପାର୍ବଣ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି