-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
14-May-2023
ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା ସ୍ପୋର୍ଟସ କ୍ଲବ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ବିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶନିବାର ଅନୁଷ୍ଟିତ ଷଷ୍ଠ ରାଉଣ୍ଡର ଦ୍ଵିତୀୟ ମ୍ୟାଚରେ ଅତୁଳ-୧୧କୁ ହରାଇ କମ୍ରେଡ ଏକ ଚିତ୍ତାକର୍ଷକ ବିଜୟ ହାସଲ କରିଛି।ଟଚ ଜିଣି ଅତୁଳ ପ୍ରଥମେ ବ୍ୟାଟିଂ କରି ୧୦ଓଭରରେ ୮ୱିକେଟ ହରାଇ ୭୫ରନ କରିଥିଲା ତାର ଜବାବରେ କମ୍ରେଡ ମାତ୍ର ୩ୱିକେଟ ହରାଇ ୭.୪ଓଭରରେ ୭୮ରନ କରି ବିଜୟୀ ହୋଇଥିଲା । ମ୍ୟାଚକୁ ପ୍ରଦୀପ ମହାଳୀଙ୍ଗ ଓ ସବ୍ୟସାଚୀ ମିଶ୍ର ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ହାଡୁ ବଢେଇ,ଆଲୋକ ସେଠୀ ଏବଂ ମ୍ୟାଚର ଧାରାବିବରଣୀ ବୈରାଗୀ ପ୍ରଧାନ ପ୍ରଦାନ କରିଥିଲେ ।ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ମୁଖ୍ୟଅତିଥି ଭାବରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଉଲୁଣ୍ଡା ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ସଙ୍ଗୀତାରାଣୀ ଭୁକ୍ତା,ସ୍ଵତନ୍ତ୍ର ଅତିଥି ଭାବେ ବିନିକା ବ୍ଲକ ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଚରଦା
ପଞ୍ଚାୟତ ସରପଞ୍ଚ ବୃନ୍ଦାବତୀ ନାୟକ,ସମ୍ମାନିତ ଅତିଥି ଭାବେ ବିନିକା ନଗର ବିଜୁ ଜନତା ଦଳ ସଭାନେତ୍ରୀ ଲକ୍ଷ୍ମୀ ମେହେର,ସମ୍ପାଦିକା ପଙ୍କଜିନୀ ବାଘ ଯୋଗଦେଇ ବିଜେତା/ଉପ ବିଜେତା ଦଳ ଏବଂ ମ୍ୟାନ ଅଫ ଦି ମ୍ୟାଚ ଆନନ୍ଦ ବଢେଇ,ବେଷ୍ଟ ବ୍ୟାଟ୍ସମ୍ୟାନ ବିଶ୍ଵନାଥ ଦଣ୍ଡିଆଙ୍କୁ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା ରବିବାର ତ୍ରିରଙ୍ଗା ୟୁଥ କ୍ଲବ ବନାମ ସାଗର-୧୧ମଧ୍ୟରେ ଅନୁଷ୍ଟିତ ହେବ । ଉଭୟ ଦଳର ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ ପାଇଁ ଅତିଥି ଭାବରେ ଭବିଷ୍ୟ ଚାରିଟେବୁଲ ଟ୍ରଷ୍ଟ ଏକାଡେମୀ ମୁଖ୍ୟ ଡାକ୍ତର ଭବାନୀ ଶଙ୍କର ମେହେର,ମେନେଜିଂ ଡାଇରେକ୍ଟର ତଥା ବିନିକା ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାଶ,ଏସିଷ୍ଟାଣ୍ଟ ମେନେଜିଂ ଡାଇରେକ୍ଟର ସୁନିଲ କୁମାର ମେହେର,ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ଡୁଙ୍ଗୁରିପାଲି ଶାଖା ପରିଚାଳକ ଅନିଲ କୁମାର ନାଏକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।