-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
13-May-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଅଂଚଳ ରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଙ୍କ ଦ୍ୱାରା ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜି ପ୍ରଥମେ ଲୋଇସିଂହାର ବାବାମଠ ଠାରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା l ପରେ ସ୍ଥାନୀୟ ରାମ ମନ୍ଦିର ଦର୍ଶନ କରି ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ l ଏହାପରେ ଜଡାମୁଣ୍ଡା, ବୁର୍ଡl, ଦୁମଦୁମି, କେଉଁଟିପାଳି, ଗୋପାଳପୁର, ହୀରାପୁର ସହ ଜୋନ 33 ର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ l ଗତ କାଲି ଜୋନ 34 ର ବିଭିନ୍ନ ପଂଚାୟତ ବିଭିନ୍ନ ଗ୍ରାମ କୁ ଯାଇ ଜନସମ୍ପର୍କ କାର୍ଯ୍ୟକ୍ରମ କରିଥିଲେ l
ମୁଖ୍ୟତଃ ଲୋକଙ୍କ ପାଣି, ରାସ୍ତା, ବିଜୁଳି, ମଣ୍ଡପ ଓ ରେଳ ସେବା ଉପରେ ଆଲୋଚନା ହେବାସହ ତାଙ୍କ ଦ୍ୱାରା ଯେତିକି ସମ୍ଭବ ହେବ ତାହାର ସମାଧାନ କରାଯିବ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସାଂସଦ ଙ୍କ ପ୍ରତନିଧି ବାଳକୃଷ୍ଣ ଧରୁଆ, ବିଜେପି ର ସରୋଜ ସାହୁ, ଭୁତନାଥ ନାଏକ, ଗୌରାଙ୍ଗ ନାଏକ, ପ୍ରଶାନ୍ତ ବାଦୀ, ସୁଦିପ ସା, ସୁନିଲ ଦାସ, ଲଳିତ ପଧାନ, ଗୌତମ କୁଅଁର ସହ ଅନେକ ଲୋକଙ୍କ ଭିଡ଼ ସବୁ ସ୍ଥାନରେ ଦେଖିବାକୁ ମିଳୁଥିଲା l