-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
11-May-2023
କର୍ଲାମୁଣ୍ଡା,(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ବିଭିନ୍ନ ପଞ୍ଚାୟତ ରେ ବୁଧବାର ଗ୍ରାମ ରୋଜଗାର ସେବକ ମାନେ ଯୋଗ ଦେଇଥିବା ଜଣାପଡିଛି।ଏହି ଅବସରରେ ବ୍ଳକ ର ରିଂଜା ଗ୍ରାମ୍ୟ ପଞ୍ଚାୟତ ରେ ଗ୍ରାମ ରୋଜଗାର ସେବକ ଶିବ କୁମାର ଭୋଇ କାର୍ଯ୍ୟ ରେ ଯୋଗ ଦେଇଥିବା ବେଳେ ସରପଞ୍ଚ ପଞ୍ଚାନନ ବାଗ ସ୍ୱାଗତ ଜଣେଇ ପଞ୍ଚାୟତ ରେ ଶ୍ରମିକ ମାନେ କିଭଳି କାମ ପାଇବେ ସେଦିଗରେ ଗ୍ରାମ ରୋଜଗାର ସହିତ ଆଲୋଚନା କରିଥିଲେ। ଠିକ ସେହିପରି ଗ୍ରାମ ରୋଜଗାର ସେବକ ଉମେଶ ସୁନା କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତ, ଗଜାନନ ଗହୀର ବୋରପଦର ପଞ୍ଚାୟତ, ରାଷ୍ଟ୍ରପତି ସାହୁ ସ. ମାଲପଡା ପଞ୍ଚାୟତ, ଗୁଣ ନିଧି କୁମାର ସାପଲହରା ପଞ୍ଚାୟତ, କ୍ଷମା ସାଗର ସାହୁ ଜୋରାଡବରା ପଞ୍ଚାୟତ,ଲେମ୍ବୁଦର ସାହୁ ଙ୍କୁ ତେରେସିଙ୍ଗା ପଞ୍ଚାୟତ କୁ ବଦଳି ହୋଇଥିବା ବେଳେ ଗ୍ରାମ ରୋଜଗାର ସେବକ ଶିଶିର ଗହୀର କୁ ପୌରକେଲା ପଞ୍ଚାୟତ କୁ ବଦଳି କରାଯାଇ ରିଷିଡା ପଞ୍ଚାୟତ ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା କଳାହାଣ୍ଡି ଜିଲ୍ଲା ପରିଷଦ ଙ୍କ ପତ୍ର ସଂଖ୍ୟା ୨୭୬୦ ତାରିଖ୬/୫/୨୦୨୩ ଅନୁସାରେ ଜଣା ପଡ଼ିଛି।