-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
11-May-2023
କଳାହାଣ୍ଡି,କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା ନାଗରିକ ବିକାଶ ସଂଗଠନ ତରଫରୁ ଓଡ଼ିଶାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି ପାନୀୟ ଜଳ ବ୍ୟବସ୍ଥା ଆଦୀରେ ସ୍ଥାୟୀ ଭିତ୍ତିଭୂମି ଆଦି କୁ ସୁନିଶ୍ଚିତ କରିବା ପାଇଁ କୋକସରା ବିଡ଼ିଓ ଶ୍ରୀଯୁକ୍ତ ଉତ୍ତମ କୁମାର ବାଗ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
ବୁଧବାର ଦିନ ନାଗରିକ ବିକାଶ ସଂଗଠନ ତରଫରୁ ପ୍ରଦାନ କରାଯାଇ ଅଛି l କଳାହାଣ୍ଡି କୋକସରା ବ୍ଲକ ତରଫରୁ ୨୨ ଗୋଟି ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମ ଗୁଡିକରେ ଅସୁବିଧା ଥିବା ଅଙ୍ଗନବାଡି ଗୁଡିକରେ ସ୍ଥାୟୀ ଭିତ୍ତିଭୂମି ର ଅଭାବ ସହ ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକରେ ସ୍ଥାୟୀ ଭିତ୍ତିଭୂମି ର ଅଭାବ ସାଙ୍ଗ କୁ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ଗୁଣାତ୍ମକ ଶିକ୍ଷା କୁ ସୁନିଶ୍ଚିତ କରାଇବା ଏବଂ ଘର ଦ୍ୱାର ରେ ପୋଷଣ ଯୋଜନା ଜରିଆରେ ସମସ୍ତ ପରିବାରକୁ ପନିପରିବା ଆଦି ବିହନ ଯୋଗାଇ ଦେବା
ଏବଂ ପାନୀୟ ଜଳ ଯୋଗାଣ କୁ ତୁରାନିତ୍ୟ କରିବା ପାଇଁ ନୂତନ ନଳ କୂପ ସ୍ଥାପନ ଏବଂ ଖରାପ ଜଳ ଉତ୍ସ ଗୁଡ଼ିକ ମରାମତି କରିବା ପାଇଁ ବ୍ଲକ ସଂଯୋଜକ ଉପେନ୍ଦ୍ର ସୁନାନି ଙ୍କ ନେତୃତ୍ୱରେ ମେଡିକାଲ ଛକ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇ ସ୍ଥାନୀୟ ବି ଡି ଓ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦିଆଯାଇଥିଲା ଉକ୍ତ ଶୋଭାଯାତ୍ରା କୁ ଜନସାଥୀ ତ୍ରିନାଥ ବେଶ୍ରl, ମୁକ୍ତା ଠାକୁର୍, ବୀଣାପାଣି ସୁନା ନି, ପ୍ରେମଶିଳା ମହା ନନ୍ଦ ସହଯୋଗ କରିଥିଲେ ,ଉକ୍ତ ଶୋଭାଯାତ୍ରାରେ ବ୍ଲକ ସଭାପତି ରଜନୀ କାନ୍ତି ପାଣିଗ୍ରାହୀ ଓ ସମ୍ପାଦିକା ତ୍ରିପୁରା ଭକ୍ତ ଓ ବିଭିନ୍ନ ଗ୍ରାମରୁ ସଂଗଠନ ର ସଦସ୍ୟା ମାନେ ଉପସ୍ଥିତ ଥିଲେ।