-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ରାସ୍ତା ଓ ପୋଲ ନିର୍ମାଣ ନହେବାରୁ ଅଞ୍ଚଳବାସୀଙ୍କ ରାସ୍ତାରୋକ

08-May-2023



ବେଲପଡ଼ା (ପୂର୍ଣ୍ଣ ଶଶୀ ଶେଖର ରାଓ ): ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୋଟି ଟଙ୍କା ବିନିଯୋଗ କରୁଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଅବହେଳା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ନିର୍ମାଣ ହୋଇପାରୁନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଉଛି। ଅନ୍ୟପକ୍ଷରେ ରାସ୍ତା ନିର୍ମାଣରେ ଅତି ନିମ୍ନମାନର ହେଉଥିବା ହେତୁ କମ୍ ଦିନରେ ଖରାପ ହୋଇଯାଉଛି। ରାସ୍ତା ନିର୍ମାଣ ଦୁର୍ନୀତି ନେଇ ଲୋକ ଆନ୍ଦୋଳନ ମୁହାଁ ହେଉଥିବା ବେଳେ ଲୋକେ ରାସ୍ତା ନିର୍ମାଣ ପାଇଁ ଆନ୍ଦୋଳନ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡାରୁ ଖଇରମାଲ ଡକରା ରାସ୍ତା ସ୍ବାଧୀନତାର ଦୀର୍ଘ ୭୬ ବର୍ଷ ବିତିଯାଇଥିଲେ ସୁଦ୍ଧା ପକ୍କା ରାସ୍ତା ଓ ପୋଲ ଟିଏ ନିର୍ମାଣ ହୋଇପାରିନାହିଁ।ଯାହା ଫଳରେ କି କୁଦୋଭଟା , ପଦ୍ମପୁର,ତଅଁଲା,ମାଲପଡା, ବାହାବଲ,ଖଇରମାଲ, ଭତପରା,ସିହିନୀ ଡକରା,ସୁଲେକେଲା  ଲୋକ ଦୂର ରାସ୍ତା ଦେଇ  ବେଲପଡା  ମୁଖ୍ୟ ସହରକୁ ଆସୁଛନ୍ତି ଓ ଛାତ୍ରଛାତ୍ରୀ ମାନେ ବେଲପଡା ପାଠ ପଢି ସାଇକେଲରେ ଆସୁଛନ୍ତି ଏବଂ ହଇରାଣ ହେଉଛନ୍ତି। ଯଦି ଜବଲାଜୋର ଓ ଲାନ୍ଥ ନଦୀ ପୋଲ ଓ ରାସ୍ତା ନିର୍ମାଣ ହୋଇଯାଏ ତାହେଲେ ଏହି ଅଞ୍ଚଳବାସୀଙ୍କ ପାଇଁ ସୁବିଧା ହୋଇପାରିବ । ଏବେ ଏହି ରାସ୍ତା ଟି ଖାଲ ନାଳରେ  ଥିବାରୁ ଏହି ରାସ୍ତା ମରଣଯନ୍ତା ପାଲଟିଛି ଏହି ରାସ୍ତା ଓ ପୋଲ ନିର୍ମାଣ ଲାଗି ଦୀର୍ଘ ୨୨ ବର୍ଷ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରୁନଥିବା ଅତି ଦୁର୍ଭାଗ୍ୟଜନକ।ଏ ବିଷୟରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ । ସ୍ଥାନୀୟ ବିଧାୟକ ସରୋଜ କୁମାର ମେହେର ଦୀର୍ଘ ତିନି ବର୍ଷ ହେଲା ପ୍ରତିଶ୍ରୁତି ଦେଇଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ୦୮.୧୧.୨୦୨୩ ରେ ପଞ୍ଚାୟତ ସମିତି ବୈଠକ ରେ ପ୍ରସ୍ତାବ ଅଣାଯାଇଥିବା ବେଳେ ତାହା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୭୬୫ ରେ ତାରିଖ ୨.୦୩.୨୧ ବେଳେ ୧୦.୮୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି ବୋଲି ଘୋଷଣା କରାଯାଇଛି। କିନ୍ତୁ ତାହା କାର୍ଯ୍ୟକାରୀ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ସେଥିପାଇଁ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏଥିପାଇଁ ଆଜି କୋଶଳ ନେତା ଜନାର୍ଦ୍ଦନ ସିଂ ଓ ଦୁଇ ଜିଲ୍ଲା ପରିଷଦ ଶବ୍ଦ ମିର୍ଦ୍ଧା ଏବଂ ଅନିମା ଦାଶ ଙ୍କ ନେତୃତ୍ବରେ ଆଜି ସକାଳୁ ଅଞ୍ଚଳର ସହସ୍ରାଧିକ ଲୋକ ଏକଜୁଟ ହୋଇ ବେଲପଡା ତାରିଣୀ ମନ୍ଦିର ସମ୍ମୁଖରେ ଉପସ୍ଥିତ ହୋଇଥିଲେ ଓ ବଲାଙ୍ଗିର ରୁ କଣ୍ଟାବାଞ୍ଜି ୪୬ ନମ୍ବର ରାଜପଥ ରୋକ୍ କରିଥିଲେ। ଘଣ୍ଟା ଘଣ୍ଟାର ଆନ୍ଦୋଳନ ପରେ ଘଟଣାସ୍ଥଳକୁ ପୋଲିସ ଅଧିକାରୀ

ବୁଳୁ ମୁଣ୍ଡା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ ହେଁ ଲୋକ ମାନିନଥିଲେ। ପରେ ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ ଆସି ବୁଝାଇଥିଲେ ମଧ୍ୟ ଲୋକମାନେ ଏକାଜିଦ୍ ରେ ଥିଲେ। ତାପରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଭାବଗ୍ରାହୀ ଦାସ ଆସି ଦୁଇ ମାସ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଜଣାପଡିଛି। ଉକ୍ତ ଆନ୍ଦୋଳନରେ ବେଲପଡା ସରପଞ୍ଚ ହରିଶ ଚନ୍ଦ୍ର ବୁଡେକ, ପ୍ରଦୀପ ବୁଡେକ,ନିଲାମ୍ବର ଭାଟି, ଗୋପାଳ ପୁଟେଲ,ଯୁଗେଶ୍ବର ମଲ୍ଲିକ, ମାୟାଧର ନିଆଲ, ମୀନିକେତନ ଥାର୍ଟି ପ୍ରମୁଖ ଓ ଅନ୍ୟାନ୍ୟ ଲୋକେ ସାମିଲ ଥିଲେ। ଏବେ ଦେଖିବାକୁ ବାକି ରହିଲା ବିଭାଗୀୟ ଅଧିକାରୀ ମାନଙ୍କ ପ୍ରତିଶ୍ରୁତି କେତେ ଦୂର କାର୍ଯ୍ୟକାରୀ ହେଉଛି ନାଁ ପାଣିର ଗାର ପାଲଟୁଛି । ଯଦି ଦୁଇ ମାସ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ତାହେଲେ ଆଗାମୀ ଦିନରେ ଆହୁରି ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like