-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
06-May-2023
ବୀରମହାରାଜପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଆଜି ବ୍ଲକ ସ୍ତରୀୟ ମାନସିକ ସ୍ଵାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବେସିକ୍ ନିଡସ୍ ଇନ୍ଡିଆ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହାୟତା ରେ ରେଆର ସୋନପୁର ଦୁଆରା ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଗୋଷ୍ଠୀ ମାନସିକ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମର ସଫଳ ରୂପାୟନ ବିଷୟରେ ଆଲୋଚନା କରାଯିବା ସହ ମାନସିକ ଅସୁସ୍ଥ ବ୍ୟକ୍ତି ଚିନ୍ନଟ, ସେମାନଙ୍କ ଚିକିତ୍ସା ଓ ଜୀବନ ଜୀବିକା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏଥିରେ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ, ବେସିକ୍ ନିଡସ୍ ଇଣ୍ଡିଆ ର ରାଜ୍ୟ ସଂଯାଜକ ରାଜୀବ କର୍ମୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଜ୍ୟୋସ୍ନାମୟୀ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ମିଶ୍ର, ବ୍ଲକ୍ ସରପଞ୍ଚ ସଂଘ ସଂପାଦକ ସୂର୍ଯ୍ୟ କୁମାର ନନ୍ଦ,ଉପଖଣ୍ଡ ଚିକିତ୍ସା ଅଧିକାରୀ ରବିନ୍ଦ୍ର ବଡ଼ପଣ୍ଡା, ଓଡ଼ିଆ ଜୀବିକା ମିଶନ ର ମନୋଜ୍ ସାହୁ,ଆଶା ସଭାପତି ଜୟନ୍ତୀ ପଣ୍ଡା,ନିଶା ନିବାରଣ କେନ୍ଦ୍ର ମାଟୁପାଲି ର ସଂଯୋଜକ ବିନୋଦ ବେହେରା ,ଶମ୍ଭୁନାଥ କର୍ଣ୍ଣ,ସିୟା ପରିବାର ପକ୍ଷରୁ ଦୁର୍ଯୋଧନ ମେହେର, ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଓ କିଶୋର ହୋତା, ମାନସିକ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ର ଜ୍ଞାନଜିତ ଶତପଥୀ,ଶିବ କର୍ମୀ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। କାର୍ଯକ୍ରମ କୁ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଭା ସଞ୍ଜଯୋନା କରିଥିବାବେଳେ କାର୍ଯ୍ୟକ୍ରମ ସଂଯୋଜକ ବିଶ୍ଵମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ରେଆର ପ୍ରତିନିଧି ମିତ୍ରଭାନୁ ମଲ୍ଲିକ , ସୁଦାମ ଗାଇଗରିଆ ସହଯୋଗ କରିଥିଲେ।