-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
30-Apr-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗୀରର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ସହଯୋଗ ଫାଉଣ୍ଡେସନ ପକ୍ଷରୁ ଆଜି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିସରରେ ଜନସାଧାରଣଙ୍କ ଖାଇବା ପାଇଁ ମାଗଣା ଭାତ ଓ ଡାଲମା ବ୍ୟବସ୍ଥା କରାଯାଇଥିଲା l ଏଥିରେ ହସ୍ପିଟାଲ ପରିସରରେ ଥିବା ଶତାଧିକ ରୋଗୀ ଓ ତାଙ୍କ ପରିଜନ ମାନେ ମାଗଣାରେ ଭୋଜନ କରିଥିଲେ l ରମେଶ ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ସାଧନା ଅଗ୍ରୱାଲଙ୍କ ପ୍ରଚେଷ୍ଟା ଓ ପ୍ରତ୍ୟକ୍ଷ ସହାୟତାରେ ଅନୁଷ୍ଠିତ ଏହି ଜନସେବା କାର୍ଯ୍ୟକ୍ରମକୁ ସମସ୍ତେ
ପ୍ରଶଂସା କରିଛନ୍ତି l ଏହି ଅବସରରେ ଆଜି ହସ୍ପିଟାଲ ପରିସରରେ ଅନୁଷ୍ଠିତ ଏକ ସଭାରେ ଅତିଥି ଭବରେ ଦୈନିକ 'ପ୍ରତିକାର' ଖବର କାଗଜର ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍ ଶ୍ରୀମନ୍ତ ପଣ୍ଡା ଓ କବୟିତ୍ରୀ ଲିଲି ପଟେଲ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ସହଯୋଗ ଫାଉଣ୍ଡେସନ ପକ୍ଷରୁ ଏକ ମହତ୍ ଉଦ୍ଦେଶ୍ୟ ଆରମ୍ଭ ହୋଇଥିବା ଏହି ସାମାଜିକ କାମକୁ ଅତିଥି ମାନେ ପ୍ରଶଂସା କରିଥିଲେ l ଆଜିର କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୀଲ ମୋଦୀ , ଆର୍ତ୍ତତ୍ରାଣ ପାଢ଼ୀ, ଶିକ୍ଷକ ରାମନାରାୟଣ ଦାସ ପ୍ରମୁଖ ସହଯୋଗ କରିଥିଲେ l