-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
28-Apr-2023
ବଲାଙ୍ଗୀର, ଆଜି ଅପରାହ୍ନ ୬ଟା ସମୟରେ ବଲାଙ୍ଗୀର ଗୋପାଲଜୀ ମନ୍ଦିର ସାମନା ଏକ ଇଲେକ୍ଟ୍ରୋନିକ୍ସ ଦୋକାନ ଗୋଦାମ ଗୃହରେ ସର୍ଟ ସାକିର୍ଟଟ ଯୋଗୁଁ ନିଆଁ ଲାଗିଥିବା ଖବର ମିଳିଛି । ଏହି ଦୋକାନର ମାଲିକ ଲଳିତ ବାରିକ ବୋଲି ଜଣାପଡିଛି । ଏହି ଗୋଦାମରେ ଥିବା କିଛି ପଙ୍ଖା, କୁଲର ଓ ଅନ୍ୟ କିଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡିଯାଇଥିବା ବେଳେ ବଲାଙ୍ଗଗୀର ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିିଳି ନାହିଁ ।