-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
25-Apr-2023
ବଲାଙ୍ଗିର ,ବଙ୍ଗୋମୁଣ୍ଡା(ଦେବାଶିଷ ବହିଦାର ): ଆଜି ବଲାଙ୍ଗିର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଡୁମେର ପଡା ଗାଁ ରେ ଚଢାଉ କରାଯାଇ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୧୧୨୦ କେଜି ମହୁଆ ସମାଗ୍ରୀ, ୧୧୦ ଲିଟର ରନ୍ଧା ମଦ ଜବତ କରାଯାଇଛି l ଅବକାରୀ ବିଭାଗ କୌଣସି ବିଶ୍ୱସ୍ତ ସୂତ୍ରରୁ ଡୁମେର ପଡା ଗାଁ ର ଏକ ପତରା ଜଙ୍ଗଲ ରେ ମଦ ପ୍ରସ୍ତୁତ କାରବାର ଚାଲିଥିବା ଜାଣିବା ପରେ ଏହି ଚଢାଉ କରିଥିଲା l ଅବକାରୀ ଏସ୍ ଆଇ ସୁମିତ୍ ସାହୁ,
ଏ ଏସ୍ ଆଇ ଯତୀନ ଦୀପ ଙ୍କ ନେତୃତ୍ଵରେ ଓ ଷ୍ଟାଫ୍ ଙ୍କ ସହଯୋଗରେ ଏହି ଚଢାଉ କରାଯାଇ ଥିଲା l ଅବକାରୀ ବିଭାଗ ପହଁଞ୍ଚିବା ମାତ୍ରେ ଘଟଣାସ୍ଥଳରୁ ରନ୍ଧା ମଦ କାରବାରରେ ସମ୍ପୃକ୍ତ ବ୍ଯକ୍ତି ମାନେ ଫେରାର୍ ମାରିଥିଲେ l