-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
25-Apr-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହିନ୍ଦୁ ସମାଜ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ସହ ଦାବି ପତ୍ର ପ୍ରଦାନ। ଗତ ହନୁମାନ ଜୟନ୍ତି ଅବସର ରେ ସମ୍ବଳପୁର ଠାରେ ବାଇକ ଶୋଭାଯାତ୍ରା ସମୟରେ ଅନ୍ୟ ସମ୍ପ୍ରଦାୟ କିଛି ଅସମାଜିକ ଲୋକ ଶୋଭାଯାତ୍ରା କୁ ପଥରମାଡ କରିବା ସହ ଶୋଭାଯାତ୍ରା ଦେଖି ଫେରୁଥିବା ସମୟରେ ନିରିହ ଦେଖଣ କାରି କୁ ଆକ୍ରମଣ ପରେ ହତ୍ୟା ଏବଂ ଦିର୍ଘଦିନ ଧରି ସମ୍ବଳପୁର ରେ କର୍ଫୁ ଜିଲ୍ଲା ରେ ନେଟଓ୍ବାର୍କ ବନ୍ଦ ସହ ଉତେଜନା କୁ ବିରୋଧ କରି ବୀରମହାରାଜପୁର ର ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଦୋଷି ବିରୋଧରେ କାର୍ଯ୍ୟାନୁଷ୍ଟାନ ଦାବି କରି ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ବୀରମହାରାଜପୁର ବିଡିଓ ଙ୍କ ଅନୁପସ୍ଥିତି ରେ ଏବିଡିଓ ପୁରୁଷୋତ୍ତମ ଧରୁଆ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଆଜି ହିନ୍ଦୁ ସଂଗଠନ ର କର୍ମକର୍ତ୍ତା ଓ ସାଧୁସନ୍ଥ ଏକ ଶୋଭାଯାତ୍ରାରେ ଆସି ଦାବିପତ୍ର ପ୍ରଦାନ କରିଥିଲେ ।ଉକ୍ତ ଦାବୀ ପତ୍ର ପ୍ରଦାନ ସମୟରେ ହିନ୍ଦୁ ସମାଜ ପକ୍ଷରୁ ଦିଲ୍ଲୀପ କୁମାର ତ୍ରିପାଠୀ,ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ଆକାଶ କୁମାର ବିଶ୍ୱାଳ,,ସୁରେଶ କୁମାର ସାହୁ, ପ୍ରମୁଖ ଅଂଶ ଗ୍ରହଣ କରିଥିବାବେଳେ,ସାଧୁ ହରନାରାୟଣ ଚୟିତନ୍ୟ ଦାସ ହରିହର ଆଶ୍ରମ ମୃଶୁଣ୍ଢୀ, ବାବା ସଂଗ୍ରାମ କେଶରୀ ଦାସ ଚନ୍ଦଳୀ ମଠ ଙ୍କ ନେତୃତ୍ୱ ରେ ଦାବିପତ୍ରପ୍ରଦାନ କରିଥିଲେ l