-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
25-Apr-2023
ନବରଙ୍ଗପୁର:-ଆଜି ମହିମା ସମାଜ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଘେରାଉ କରାଯାଇଛି। ହିନ୍ଦୁ ମହାସଂଘ ସଂପୂର୍ଣ୍ଣ ସମର୍ଥନ ଜଣାଇଛି। ମହିମା ସମାଜ, ହିନ୍ଦୁ ମହାସଂଘ ର କାର୍ଯ୍ୟକର୍ତ୍ତା, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ମାନେ ଠିକ୍ ଦଶ ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସି ବିଭିନ୍ନ ଧାର୍ମିକ ସ୍ଲୋଗାନ ଦେଇ ଥିଲେ। ବ୍ରହ୍ମ ଅବଧୂତ ଡମ୍ବରୁ ବାବା,ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ବ୍ରହ୍ମ ଅବଧୂତ ବାସୁଦେବ ବାବା, ବ୍ରହ୍ମ ଅବଧୂତ ବ୍ରହ୍ମଚାରୀ ବାବା, କାର୍ତ୍ତିକ ପୂଜାରୀ, ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର,
ଗମ୍ଭୀର ଦାସ, ଋଷି ଦାସ, ହିନ୍ଦୁ ମହାସଂଘ ରାଜ୍ୟ ସଂପାଦକ ଉମାକାନ୍ତ ବିଷୟୀ, ସୋସିଆଲ ମିଡ଼ିଆ ସଂଯୋଜକ ଗୋରା ହରିଜନ, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ମିଡ଼ିଆ ସଂଯୋଜକ ସନ୍ତୋଷ ସାହୁ,ପ୍ରଚାର ପ୍ରମୁଖ ବବିତା ସାହୁ, ଗୋ-ଭକ୍ତ ସର୍ବେଶ୍ଵର ପାତ୍ର, ଗୋବର୍ଦ୍ଧନ ଦାସ, ସୂର୍ଯ୍ୟ ମାଝୀ, ଚୁନୁ ସିଂ ଓ ଅନେକ ସଂଗଠନ ର ପ୍ରମୁଖ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହି ଯୋରନ୍ଦା ଗାଦି ମନ୍ଦିର ର ସୁରକ୍ଷା ପାଇଁ ରାଜ୍ୟ ସରକାର ଙ୍କୁ ଲିଖିତ ଦାବି ଜଣାଇଥିଲେ। ସୌଭାଗ୍ୟ ବାବା ଏହି କାର୍ଯ୍ୟକ୍ରମ କୁ ଭବ୍ୟ ଏବଂ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଭଗଓ୍ବା କରଣର ଶୁଭାରମ୍ଭ ବୋଲି ଜଣାଇଥିଲେ।(ରିପୋର୍ଟ : ମିହିର ଶଙ୍କର ପାତ୍ର,ନବରଙ୍ଗପୁର)