-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ଅନାହାରରେ ବୃଦ୍ଧଙ୍କ ମୃତ୍ୟୁ, ପରିବାର ଯାଇଛନ୍ତି ଦାଦନ ଖଟି

23-Apr-2023



ବେଲପଡା (ପୁର୍ଣ୍ଣ ଶଶୀ ଶେଖର ରାଓ)ବଲାଙ୍ଗିର ଜିଲ୍ଲା ସବୁବେଳେ ଦାଦନ ଦୁଃଖ ଦେଖିବାକୁ ମିଳେ। ଏହି ଦାଦନ ରୋକିବାକୁ ପ୍ରଶାସନ ଯେତେ ଚେଷ୍ଟା କରୁଥିଲେ ସୁଦ୍ଧା  ଏଥିରେ ବିଫଳ ରହୁଛି କାହିଁକି ? ଏଥି ପାଇଁ କେନ୍ଦ୍ର ସରକାର ଙ୍କ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କରାଯାଉଥିବା ବେଳେ ତାହା କାଗଜ କଲମ ରେ ସୀମିତ ରହି ଯାଉଛି। ମନରେଗା ଯୋଜନାରେ ଅଧିକାରୀ ମାଲେମାଲ ହେଉଥିବା ବେଳେ ଶ୍ରମିକ ବେହାଲ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ସେଠି ଯାଇ କେତେ ଯେ

ଅତ୍ୟାଚାର ର ଶିକାର ହେଉଛନ୍ତି କହିଲେ ନ ସରେ;ସେଠି ଯାଇ ସେମାନେ ତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ହେଉଛନ୍ତି ହେଲେ ଏଠି ଥିବା ତାଙ୍କ ପରିବାର ଲୋକେ ମଧ୍ୟ ଅସୁବିଧା ଭୋଗୁଛନ୍ତି।ଯାହା ଫଳରେ କି ଏଠାକାର ଲୋକ ମୃତ୍ୟୁ ହେଲେ ସେଠାକାର ଲୋକ ଦେଖିପାରୁନାହାନ୍ତି ତ ସେଠାକାର ଲୋକ ମୃତ୍ୟୁ ହେଲେ ଏଠାକାର ଲୋକ ଦେଖି ପାରୁନାହାନ୍ତି। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁ ରେ। ସୂଚନା ଅନୁସାରେ ବେଲପଡା ବ୍ଳକ ନୁନହାଡ ପଞ୍ଚାୟତ ଡୁଙ୍ଗୁରିପାଲି ଗାଁ କଲୋନୀ ପଡ଼ା ର ବୃଦ୍ଧ କୁମର ମଣି ଛତ୍ରିଆ ଏକାକୀ ଘରେ ରହୁଥିବା ବେଳେ ତାଙ୍କ ଦୁଇ ପୁଅ ଲାଲ୍ ସାହେବ ଛତ୍ରିଆ ଓ ଗଣପତି ଛତ୍ରିଆ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିଲେ।ହେଲେ ବୃଦ୍ଧ କୁମରମଣି ଙ୍କ ଦେଖାଶୁଣା କରିବା ପାଇଁ କେହି ନଥିବାରୁ ସେ ରୋଗୀଣା ହୋଇପଡ଼ିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ସେ ସୁକ୍ରବାର ବିଲମ୍ବିତ ରାତିରେ ମୃତ୍ୟୁବରଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କ ଶବ ପଡ଼ିରହିଥିଲା। ଗତକାଲି ରାତିରେ ମୃତ୍ୟୁ ଖବର ପାଇ ସକାଳୁ ପ୍ରଶାସନ ଅଧିକାରୀ ମାନେ ଘଟଣାସ୍ଥଳରେ ପହିଞ୍ଚି ଶବ ଉଦ୍ଧାର କରିବା ସହ ତାଙ୍କ ସମ୍ପର୍କୀୟ ମାନଙ୍କ ଦ୍ଵାରା ଶବଦାହ କରାଯାଇଥିଲା।ପୁଅ ଗଣପତି ଲୁଚି ପଲାଇ ଆସି ତାଙ୍କ ବାପା ଙ୍କ ଶବଦାହ କାର୍ଯ୍ୟ ରେ ସାମିଲ ହୋଇପାରିଥିଲେ କିନ୍ତୁ ତାଙ୍କ ବଡ଼ ଭାଇ ଓ ପରିବାରବର୍ଗ ସେଠାରେ ହିଁ ରହିଯାଇଛନ୍ତି ।ମୃତକଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ନୁନହାଡ ସରପଞ୍ଚ ବିଲାସିନୀ ମେହେର ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ପ୍ରଦାନ କରିଥିବାବେଳେ ରାଜସ୍ବ ନୀରିକ୍ଷକ ଗୋଲାପ କୁମ୍ଭାର ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ଦଶ ହଜାର ଟଙ୍କା ପ୍ରଦାନ କରିବାକୁ କହିଛନ୍ତି। ଗଣପତି ଛତ୍ରିଆ ଙ୍କ କହିବା ଅନୁଯାୟୀ ତାଙ୍କ ବାପା ଏକ ମାସ ରୁ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସେ ଛୁଟି ପାଇଁ ହାଇଦ୍ରାବାଦ ର ଇଟାଭାଟି ମାଲିକ ମନୋଜ କୁ ଗୁହାରି କରିଥିଲେ ମଧ୍ୟ ସେ ଶୁଣିନଥିଲେ ଯଦି ଯିବାର ଅଛି ତାହେଲେ ମୁଁ ଦେଇଥିବା ଅଗ୍ରୀମ ଟଙ୍କା ର ଦୁଇଗୁଣ ଫେରସ୍ତ କରି ଯାଅ ବୋଲି କହିଥିଲେ। ନଚେତ୍ ମୁଁ ଛାଡିବି ନାହିଁ ବୋଲି କହିଥିବା ବେଳେ ବାପା ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଥିବା ଖବର ପାଇ ଦୁଇ ଦିନ ତଳେ ଲୁଚି ପଲାଇ ଆସିଛନ୍ତି ଓ ଗତକାଲି ବିଜୟନଗରମ ପହଞ୍ଚିବା ବେଳକୁ ବାପା ଙ୍କ ମୃତ୍ୟୁ ଖବର ପାଇଥିଲେ।ହଁ ଆହୁରି କହିଛନ୍ତି ଯେ ତାଙ୍କୁ ସରକାରୀ ଚାଉଳ ମିଳୁଥିଲା ଓ ସେ ଚାଉଳ ବାପାଙ୍କ ପାଖରେ ପହଞ୍ଚାଇବାକୁ କାର୍ଡ କୁ ଯୋଗାଣ ସହାୟକ ବଳଭଦ୍ର ପୁଟେଲ କୁ ଦେଇ ଯାଇଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଦେଢ଼ ବର୍ଷ ହେବ

ଯୋଗାଣ ସହାୟକ ଚାଉଳ ଦେଉନଥିଲେ କି ଚାରି ମାସ ହେଲା ଭତ୍ତା ମଧ୍ୟ ପାଉନଥିଲେ ।ନିଜ ପେଟ ପାଉଣା ପାଇଁ ଲୋକଙ୍କ ଠାରୁ ଭୀକ୍ଷାବୃତ୍ତି କରୁଥିଲେ।କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ଜଣେ ରୋଗୀଣା ବୃଦ୍ଧ ବାପା କୁ ଏକାକୀ ଛାଡି ପୁଅ ମାନେ ନିଜର ପରିବାର ଧରି ବାହାର ରାଜ୍ୟକୁ ଦାଦନ ଖଟିବା ଠିକ୍ କି ?ଯଦି ଗଲେ ତାହେଲେ ବାପା କୁ ଦେଖାଶୁଣା କରିବା ପାଇଁ କାହାକୁ ଦାୟିତ୍ଵ ଦେଲେ ନାହିଁ କାହିଁକି? ଅନ୍ୟପକ୍ଷରେ ଯେଉଁ ଯୋଗାଣ ସହାୟକ କୁ ଚାଉଳ ଦେବା ପାଇଁ କହିଥିଲେ ସେ ଯୋଗାଣ ସହାୟକ କାହିଁକି ସେ ବୃଦ୍ଧ ପାଖକୁ ଚାଉଳ ଦେଇନଥିଲେ ଯାହା ଫଳରେ ଆଜି ସେ ଅନାହାରରେ ମୃତ୍ୟୁବରଣ କରିଛନ୍ତି।ଯଦି ପରିସ୍ଥିତି ଏମିତି ଥିଲା ତାହେଲେ ଇଟାଭାଟି ମାଲିକ ମନୋଜ ଜଣକୁ ଛାଡ଼ିଲା ନାହିଁ କାହିଁକି? ଏହି ଅନାହାର ମୃତ୍ୟୁ ମାମଲା ଉପରେ ବଲାଙ୍ଗିର ଜିଲ୍ଲାପାଳ ଓ ଶ୍ରମ ବିଭାଗ ଅଧିକାରୀ  ଗୁରୁତ୍ବ ଦେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like