-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ଲର୍କିପାଲିରେ ୮୪ଘର ଅଘରିଆ ସମାଜର ଅଖିମୁଠି ଅନୁକୂଳ

23-Apr-2023



ବଲାଙ୍ଗୀର(ପ୍ରେରଣା ଖବର)-ଅକ୍ଷୟତୃତୀୟା ପର୍ବ ହେଉଛି କୃଷି ଓ କୃଷକର ପର୍ବ । ୮୪ଘର ଅଘରିଆ ସମାଜ ମଧ୍ୟ ଏକ କୃଷିଭିତ୍ତିକ ସମାଜ । ପ୍ରାୟ ୯୦% ଅଘରିଆ ପରିବାର କୃଷକ ଅଟନ୍ତି । ତେଣୁ ଅକ୍ଷୟତୃତୀୟାକୁ ଅଘରିଆମାନେ ତାଙ୍କର ମୁଖ୍ୟପର୍ବ ଭାବରେ ପାଳନ କରିଥାନ୍ତି । ଆଜି ବଲାଙ୍ଗୀର ସହର ଉପକଣ୍ଠରେ ଥିବା ଲର୍କିପାଲିଠାରେ ଅଘରିଆ ସମାଜ ପକ୍ଷରୁ ଅକ୍ଷୟତୃତୀୟା ପର୍ବ ପାଳନ କରାଯାଇଥିଲା । ଅଘରିଆ ସମାଜର ବଲାଙ୍ଗୀର ଜିଲ୍ଲା ସଭାପତି ଶୁଭ୍ରାଂଶୁ ପଟେଲ,ଉପସଭାପତି ଶ୍ରୀମତୀ ଲିଲି ପଟେଲ,ମହିଳା ମଞ୍ଚନେତ୍ରୀ ମିତା ରାଉତଙ୍କ ନେତୃତ୍ୱରେ ସମାଜର ବରିଷ୍ଠସଭ୍ୟ/ସଭ୍ୟାଙ୍କ ଉପସ୍ଥିତିରେ କୃଷକଙ୍କ ମଙ୍ଗଳକାମନା କରି ଅଖିମୁଠି ଅନୁକୂଳ କରାଯାଇଥିଲା । ପ୍ରଥମେ ମାଁ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇ ଏକ ବିଲରେ ଧାନବୁଣି ପରେ ହଳଚଳାଯାଇଥିଲା । ଚଳିତ ବର୍ଷ କିଭଳି ଚାଷିଙ୍କ ଚାଷ ଭଲ ହୋଇ ଅମଳ ଭଲ ହେବ ସେନେଇ ଭଗବାନଙ୍କଠାରେ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଘରିଆ ସମାଜର ପୂର୍ବତନ ସଭାପତି ହରିଶଙ୍କର ସାଏ,ଦିଗାମ୍ବର ନାଏକ,ଭବାନୀଶଙ୍କର ପଟେଲ,ରାଜକିଶୋର ନାଏକ,ନରହରି ରାଉତ ପ୍ରମୁଖଙ୍କ ସହିତ ଶତାଧିକ ଲୋକ ସାମିଲ ହୋଇଥିଲେ । ପରେ ସମାଜର ଏକ ବୈଠକ ବସି ଆସନ୍ତାଦିନରେ ହେବାକୁ ଥିବା ସାମାଜିକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । 
 

ବଲାଙ୍ଗୀର(ପ୍ରେରଣା ଖବର)-କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅକ୍ଷୟତୃତୀୟା ପର୍ବ ପାଳିତ ହୋଇଯାଇଛି । ବିଭିନ୍ନ କୃଷକସଂଗଠନ,ରାଜନେତା,ଜିଲ୍ଲା ପ୍ରଶାସନ ତରଫରୁ ଏହି ପର୍ବକୁ ଧୂମଧାମରେ ପାଳନ କରାଯାଇଛି । ଆଜି ଜିଲ୍ଲା କୃଷକମହାସଂଘ ତରଫରୁ ବଲାଙ୍ଗୀର ସଦରବ୍ଲକ ଅନ୍ତର୍ଗତ ଜନକପୁର ଗ୍ରାମଠାରେ ଚାଷିଙ୍କୁ ନେଇ ଏହି ପର୍ବ ପାଳିତ ହୋଇଛି । ମହାସଂଘର ଜିଲ୍ଲା ସଭାପତି ଜତି ପଧାନ ଓ ସଂପାଦକ ସୌମେନ୍ଦ୍ର ପରିଚ୍ଛାଙ୍କ ନେତୃତ୍ୱରେ ଶତାଧିକ ଚାଷି ଯୋଗଦେଇଥିଲେ । ପ୍ରଥମେ ମାଁ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇ ଧାନକୁ ବୁଣାଯାଇ ଅଖିମୁଠି ଅନୁକୂଳ କରାଯାଇଥିଲା । ଚଳିତବର୍ଷର ପ୍ରଥମ ବିହନକୁ ବିଲରେ ବୁଣାଯାଇ ଭଲ ଫସଲଅମଳ ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରାଯାଇଥିଲା । ବିଲରେ ଧାନବୁଣା ଯାଇ ତାପରେ ହଳ ଚଳାଯାଇଥିଲା । ସଭାପତି ଜତି ପଧାନ ଓ ସଂପାଦକ ସୌମେନ୍ଦ୍ର ପରିଚ୍ଛା(ଚଗଲା) ବିଲରେ ହଲଚଳାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶହଶହ ସଂଖ୍ୟାରେ ଚାଷି ଯୋଗଦେଇଥିଲେ । 
 

 ଠିକ ସେହିପରି ସଦରବ୍ଲକର ଆମପାଲିଠାରେ କିଷାନକଂଗ୍ରେସ ତରଫରୁ ଆୟୋଜିତ ଅକ୍ଷୟତୃତୀୟା ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ସଦର ବିଧାୟକ ନରସିଂହ ମିଶ୍ର ଯୋଗଦେଇଥିଲେ । କିଷାନ କଂଗ୍ରେସର ଜିଲ୍ଲା ସଭାପତି ସାନନ୍ଦ ମିଶ୍ର ଓ ସଂପାଦକ ସରୋଜ ରଥଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର,ସଦର ବ୍ଲକ ସଭାପତି ରାମପ୍ରସାଦ୍ ମିଶ୍ର ଯୋଗଦେଇଥିଲେ । ପ୍ରଥମେ ଆମପାଲି ଗ୍ରାମରେ ଚାଷିଙ୍କ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ବିଧାୟକ ଶ୍ରୀ ମିଶ୍ର ଅଖିମୁଠି ଅନୁଖୁଳ କରି ବିଲରେ ହଳଚଳାଇଥିଲେ ଓ କୃଷକଙ୍କ ଶୁଭମନାସିଥିଲେ । ପରେ କୃଷକଙ୍କୁ ନେଇ ଆୟୋଜିତ ଏକ ସଭାରେ କୃଷକମାନଙ୍କ ସହିତ ଆଲୋଚନାକରି ସଫଳ ଚାଷିଙ୍କୁ ମାନପତ୍ରଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଦର ବ୍ଲକର ଶତାଧିକ ଚାଷି ଯୋଗଦେଇଥିଲେ । 


କୃଷିବିଜ୍ଞାନ କେନ୍ଦ୍ରରେ କୃଷିବିଭାଗର ଅକ୍ଷୟତୃତୀୟା ପର୍ବ
ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାପ୍ରଶାସନ ତଥା କୃଷିବିଭାଗ ତରଫରୁ ଆଜି ଲର୍କିପାଲି କୃଷିବିଜ୍ଞାନ କେନ୍ଦ୍ରଠାରେ ଅକ୍ଷୟତୃତୀୟା ପର୍ବ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଅଖିମୁଠୀ ଅନୁକୂଲ କରିଥିଲେ । ଜିଲ୍ଲା ମୁଖ୍ୟକୃଷିଅଧିକାରୀ ସୁଭାଷଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଏଡିଏମ ଶ୍ରୀ ଧରୁଆ,ନାବାର୍ଡର ଡିଜିଏମ,ବଲାଙ୍ଗୀର କୃଷିବିଜ୍ଞାନକେନ୍ଦ୍ରର ମୁଖ୍ୟ ସତ୍ୟମୟ ଶତପଥି,ଡିଆରସିଏସ ଦୟୟନ୍ତି ସିଂ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ଲର୍କିପାଲିର କୁନି କୁନି ଶିଶୁଙ୍କ ଦ୍ୱାରା ଆୟୋଜିତ ସଂକିର୍ତ୍ତନ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ୱାଗତ କରାଯାଇଥିଲା । କୃଷିବିଜ୍ଞାନ କେନ୍ଦ୍ରର ଫାର୍ମରେ ପୂଜାର୍ଚ୍ଚନା କରାଯାଇ ଏଡିଏମ ଧାନବୁଣି ହଳ ଚଳାଇ ଅଖିମୁଠୀ ଅନୁକୂଳ କରିଥିଲେ । ପରେ କୃଷକମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ପୁରୁଷ ଓ ମହିଳା ଚାଷି ଯୋଗଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like