-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
23-Apr-2023
ବଲାଙ୍ଗୀର(ବିନୋଦ ଦୀପ),-ମାନବିକତା ଦେଖାଇଲେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ । ବିଧାୟକ ଡ.ମହାଲିଙ୍ଗ ଶନିବାର ରାତିରେ ଜାମାଗାଁରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଜାତୀୟରାଜପଥ-୨୬ର ରଣ୍ଡାଛକରେ ଜଣେ ମହିଳା ଦୁର୍ଘଟଣାଗ୍ରସ୍ତ ହୋଇ ଅସହାୟ ଅବସ୍ଥାପରେ ପଡିରହିଥିଲେ । ରାସ୍ତାରେ ପଡିଥିବା ମହିଳାଜଣକ ବିଧାୟକ ନିଜେ ଉଠାଇ ତାଙ୍କ ଗାଡିରେ ଭୀମଭୋଇ ମେଡିକାଲକଲେଜ ହସପିଟାଲକୁ ଆଣୀ ଭର୍ତ୍ତି କରାଇଥିଲେ । ମହିଳା ଜଣକ ସୋନପୁର ଜିଲ୍ଲା ଖଲିଆପାଲି ପଞ୍ଚାୟତର ପଣ୍ଡକିଟାଲ ଗାଁର ବୋଲି ଜଣାପଡିଛି । କୌଣସି କାରଣରୁ ସେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଅସହାୟ ଅବସ୍ଥାରେ ପଡିରହିଥିଲେ । ବିଧାୟକଙ୍କ ନଜରକୁ ଆସିଲାପରେ ସେ ତାକୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତ କରାଇଥିଲେ । ବିଧାୟକଙ୍କ ଏଭଳି ମାନବୀୟ ମହାନତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।