-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
23-Apr-2023
ଲୋଇସିଂହା/ଆଗଲପୁର, (ପ୍ରେରଣା ଖବର) ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକ ଅନ୍ତର୍ଗତ ଝରାଣୀପାଲି ପଞ୍ଚାୟତରେ କୃଷି ବୀମା ଟଙ୍କା ପାଇବାରେ ବଞ୍ଚିତ ଶହ ଶହ ଚାଷୀ l ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ଝରଣୀପାଳି ଚାଷୀମାନେ l ୨୦୨୦ ମସିହାରେ ତାଙ୍କର ପ୍ରିମିୟମ ଟଙ୍କା ଭରସୁଜା ସେବା ସମବାୟ ସମିତିରେ ଜମା କରିଥିଲେ ହେଲେ ତାହା ପ୍ରକୃତ କାର୍ଯକାରୀ ହୋଇନାହିଁ l ଲୋକେ ବୀମା ଟଙ୍କା ପାଇବାରେ ବଞ୍ଚିତ ହୋଇଛନ୍ତି l ଏ ଦିଗରେ ଏକ ଦୃଢ଼ ତଦନ୍ତ ର ଆବଶ୍ୟକତା ଅଛି l ଚାଷୀ ମାନେ ତାଙ୍କ ପ୍ରିମିୟମ ଟଙ୍କା ଫେରି ପାଇବାକୁ ଦାବି କରିଛନ୍ତି l ଆଜି ଯାଏ ଚାଷୀ ତାର ଦେଇଥିବା ପ୍ରିମିୟମ ଟଙ୍କା ଫେରସ୍ତ ପାଇନାହିଁ। ଏ ବିଷୟରେ ଆମ୍ଭେ କୋ ଅପୋରେଟିବ ବ୍ୟାଙ୍କ ର ମ୍ୟାନେଜର ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ, ସେ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି ଓ ତାଙ୍କ ପ୍ରିମିୟମ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି l ସେହି ସମୟରେ ଯେଉଁ ସମ୍ପାଦକ ଥିଲେ ତାଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ କାର୍ଯ୍ୟ ରୁ ନିଲମ୍ବନ କରା ଯାଇଥିଲା ,ସେଥିପାଇଁ ଚାଷୀ ବୀମା ଟଙ୍କା ପାଇବାରେ ବଞ୍ଚିତ ହୋଇଛନ୍ତି ବୋଲି କୋଅପରେଟିଭ ବ୍ୟାଙ୍କ୍ ମ୍ୟାନେଜର କହିଛନ୍ତି । ଏ ଦିଗରେ ବିଭାଗୀୟ ଅଧିକାରୀ ହସ୍ତକ୍ଷେପ କରି ଚାଷୀଙ୍କର ବୀମା ଟଙ୍କା ପାଇବାରେ ସହଯୋଗ କରିବାକୁ ଦାବି ହେଉଛି l ଚାଷୀଙ୍କୁ ତାଙ୍କ ହକ୍ ରୁ ବଞ୍ଚିତ କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି l