-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଐତିହାସିକ ରାମ ପ୍ରସାଦ ମିଶ୍ରଙ୍କ ପରଲୋକ,ସିଦ୍ଧାର୍ଥ ଡିଗ୍ରୀ କଲେଜ ଇତିହାସ ବିଭାଗ ପକ୍ଷରୁ ଶୋକସଭା

21-Apr-2023



ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା ସହର ଚଣ୍ଡିପଡାର ବିଶିଷ୍ଟ ଐତିହାସିକ ତଥା ପୂର୍ବତନ ଅଧ୍ୟକ୍ଷ ରାମ ପ୍ରସାଦ ମିଶ୍ରଙ୍କ(୭୩)ବର୍ଷ ବୟସରେ ଗତ ବୁଧବାର  ପରଲୋକ ଘଟିଛି  । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସାରା ଅଞ୍ଚଳର ଶିକ୍ଷାପ୍ରେମୀ ମହଲରେ ଶୋକର ବାତାବରଣ ଖେଳିଯାଇଛି । ସ୍ବର୍ଗତ ରାମ ପ୍ରସାଦଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ମହାନଦୀ ବ୍ରିଜ ନିକଟ ଶ୍ଵଶାନ ଘାଟକୁ ନେବାପରେ ସେଠାରେ ତାଙ୍କର ପୁତ୍ର ତଥା ରାଉରକେଲା ଏନଆଇଆଇଟିର ପ୍ରଫେସର ବ୍ରଜ ଗୋପାଳ ମିଶ୍ର 

ମୁଖାଗ୍ନି ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ସ୍ବର୍ଗତ ରାମ ପ୍ରସାଦ ବିଶେଷ କରି ଐତିହାସିକ କିମ୍ବଦନ୍ତୀ ଉପରେ ଗବେଷଣା କରି ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବାରେ ପ୍ରୟାସ କରିବାକୁ ଚେଷ୍ଟା ଜାରି ରଖିଥିଲେ । ଯାହାକି ତାଙ୍କର ଏହି ଉଦ୍ୟମ ଯୋଗୁଁ ରାଜ୍ୟ, ଦେଶ ତଥା ଦେଶ ବାହାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି । ସ୍ବର୍ଗତ ରାମ ପ୍ରସାଦ ପ୍ରଥମେ ଜି.ଏ ଏମ୍ ଇଭିନିଂ କଲେଜରେ ଅଧ୍ୟାପକ ଭାବେ ତାଙ୍କର ଚାକିରୀ ଜୀବନ ଆରମ୍ଭ କଲେ । ପରେ ତାଳଚେର କଲେଜ, ଟିଟିଲାଗଡ଼ କଲେଜରେ ୧୭ବର୍ଷ, ଆଗଲପୁର ସ୍ଥିତ ରୋତ କଲେଜରେ ଅଧ୍ୟକ୍ଷ ଭାବେ କିଛିବର୍ଷ ଅବସ୍ଥାପିତ ହେବାପରେ ଅବସର ଗ୍ରହଣ କରିଥିଲେ । ତାଙ୍କର ଚାକିରୀ ଜୀବନ ଭିତରେ ଭାରତୀୟ ସଂସ୍କୃତିକୁ ନେଇ ଯୋଗିନୀ ପୀଠ, ବୌଦ୍ଧଧର୍ମ, ଶୋବଧର୍ମ ଉପରେ ଲିଖିତ ୬ଖଣ୍ଡ ପୁସ୍ତକ ଏବଂ ରାଜନୀତି ବିଜ୍ଞାନ,ଇତିହାସ ଓ ଅର୍ଥନୀତି ଉପରେ ଆର୍ଟିକେଲ ପ୍ରକାଶିତ ହୋଇଥିଲା । ସେହିପରି ଫରଗାମେଣ୍ଟ ଅଫ ଇଣ୍ଡିଆନ କଲଚର ଏ ଷ୍ଟଡି ଅନ ମତମୟୂରା ଶୈବଧର୍ମ, ବୈଷ୍ଣବ ଧର୍ମ, ଶାକ୍ତଧର୍ମ ଆଦି ଉପରେ ପ୍ରକାଶିତ ପୁସ୍ତକ ଗୁଡ଼ିକ ରାଜ୍ୟ ତଥା ଜାତୀୟ, ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ବିଶ୍ଵବିଦ୍ୟାଳୟ ମାନଙ୍କରେ ପ୍ରଚଳିତ ହେବା ସହିତ ବେଶ ଆଦୃତ ଲାଭ କରିଛି । ସେହିପରି ଚଉଷଠୀ ଯୋଗିନୀ ପୀଠ ରାଣୀପୁର ଝରିଆର ଉପରେ ଥିବା ଐତିହାସିକ କିମ୍ବଦନ୍ତୀକୁ ଗବେଷଣା କରିବାରେ ସଫଳ ହେବାରୁ ସେ ଡକ୍ଟରେଟ ଉପାଧି ପାଇଥିଲେ । ଅନ୍ୟ ପକ୍ଷରେ ବିନିକାର ଐତିହାସିକ ତାରାପୁର ଗଡ, ଇଷ୍ଟଦେବୀ ମା ନାରାୟଣୀଙ୍କ ଆବିର୍ଭାବ, ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିରର ଇତିବୃତି,ବିନିତପୁର ଅଧୁନା ବିନିକାର ବିନିକେୟୀ ଦେବୀଙ୍କ ଉପରେ ମଧ୍ୟ ସୁନ୍ଦର ଭାବେ ବର୍ଣ୍ଣନା କରିଥିବାରୁ ତାହା ଜାଣିବାରେ ଜନମାନସରେ ସହାୟକ ହୋଇପାରିଛି । ସେହିପରି ୧୯୪୭ମସିହାରେ ଦାନଗଦି ବିରୋଧୀ କମିଟି ଗଠନ କରି ବିନିକା ଆନ୍ଦୋଳନରେ ପୋଲିସର ବୋୟେନେଟ ଚାର୍ଜରେ ପ୍ରାଣ ବିସର୍ଜନ କରିଥିବା ପଶ୍ଚିମ ଓଡ଼ିଶାର ପ୍ରଥମ ମହିଳା ଶହୀଦ ଗୁରୁବାରୀ ମେହେରଙ୍କ ସହିତ ସମ୍ପୁର୍ଣ୍ଣ ଜଡ଼ିତ ରହିଥିଲେ । ତାଙ୍କର ଅବଦାନ ଏ ମାଟି ପାଇଁ ଚିରନମସ୍ୟ ହୋଇ ରହିଥାଉ ।
ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଐତିହାସିକ ଡ଼ଃ ରାମ ପ୍ରସାଦ ମିଶ୍ରଙ୍କ ବିୟୋଗରେ ସ୍ଥାନୀୟ ସିଦ୍ଧାର୍ଥ ଡିଗ୍ରୀ କଲେଜ ଇତିହାସ ବିଭାଗ ତରଫରୁ ଗୁରୁବାର ଏକ ଶୋକସଭା ଅନୁଷ୍ଟିତ ହୋଇଥିଲା ଏଥିରେ ଯୋଗଦେଇଥିବା ଅତିଥି, ଉପସ୍ଥିତ ଛାତ୍ରଛାତ୍ରୀ ମାନେ ସ୍ବର୍ଗତ ମିଶ୍ରଙ୍କ ଫଟୋଚିତ୍ର ଉପରେ

ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ରୁଦ୍ର ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶୋକସଭାରେ ଇତିହାସ ବିଭାଗ ମୁଖ୍ୟ ଗୋପାଳକୃଷ୍ଣ ଦାଶ ଯୋଗଦେଇ ସ୍ବର୍ଗତ ମିଶ୍ରଙ୍କ ଜୀବନୀ ଓ କୃତୀ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଦୀପ୍ତିରାଣୀ ସ୍ୱାଇଁ ଡ଼ଃ ମିଶ୍ରଙ୍କ ଶୈବଧର୍ମ,ଶାକ୍ତଧର୍ମ, ଯୋଗିନୀ ଓ ତନ୍ତ୍ର ପରମ୍ପରା, ଚଉଷଠି ଯୋଗିନୀକୁ ନେଇ ପ୍ରକାଶିତ ବିଭିନ୍ନ ଲେଖା ଓ ସଂଦର୍ଭ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like