-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
20-Apr-2023
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଵେନ୍ଦ୍ରା ପଞ୍ଚାୟତର ବେନ୍ଦ୍ ରା ଗ୍ରାମରେ l ସୂଚନାରୁ ପ୍ରକାଶ ଯେ ସେହି ଗ୍ରାମର ଯୁବକ ଶ୍ରୀ କରୁଣାକର ପାଧାନ ଓ ତାଙ୍କ ସ୍ତ୍ରୀ ଆଶା କର୍ମୀ ଶ୍ରୀମତୀ କିଆଫୁଲ ପଧାନ ,ଦୁହେଁ ମିଶି ଗ୍ରାମର ମହିଳା ମାନଙ୍କୁ ଡାକି ତୁମ୍ଭ ନାମରେ ଋଣ କରିଦେବୁ କହିଥିଲେ l ଗ୍ରାମର ମହିଳା ମାନେ ତାଙ୍କ କଥାରେ ପଡି ସମସ୍ତ କାଗଜପତ୍ର ଦେଇଥିଲେ l ଯଥା ଆଧାର କାର୍ଡ,ଭୋଟର ପରିଚୟ ପତ୍ର ଓ ବ୍ୟାଙ୍କ୍ ପାସ୍ ବୁକ୍ ଓ ପରେ ପରେ ଆଙ୍ଗୁଠି ଚିହ୍ନ ମଧ୍ୟ ଦେଇଥିଲେ l ଏହି ସରଳତାର ସୁଯୋଗ ନେଇ ଉକ୍ତ ବ୍ୟକ୍ତି ସେମାନଙ୍କ ନାମ ରେ ଟଙ୍କା ଉଠାଇ ଥିଲେ l ପୁଣି ସେମାନଙ୍କ ଖାତାର ଟଙ୍କା କୁ ନିଜ ଖାତାକୁ ଟ୍ରାନ୍ସଫର କରି ନେଇଥିଲେ।ଉକ୍ତ ଠକେଇ ର ଶିକାର ହୋଇଥିବା ମହିଳା ମାନେ ହେଲେ ଭାରର୍ଗବି ପଧାନ, ଆରତୀ ପଧାନ,ପଦ୍ମା ପଧାନ, ଆହ୍ଲାଦିନି ମହା କୁର୍, ଜୟନ୍ତୀ ବାଗ,ମମତା ବଗାର, ସୁକଦେଇ ପଟେଲ, ଦ୍ରୋପଦୀ ମହା କୁର, ସଂନ୍ତୋଷିନୀ ପଧାନ୍, ନିଗମା କାରଣ ଓ ପଦ ବଗାର। ଏମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ହୋଇଥିବା ସେମାନେ କହିଛନ୍ତି। ଠକେଇର ଶିକାର ହୋଇଥିବା ମହିଳା ମାନେ ଲୋଇସିଂହା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଫେରାର ବ୍ୟକ୍ତି କୁ ବାହାର କରି ସମସ୍ତ ତାଙ୍କ ପରିଶୋଧ କରିବାକୁ ସେମାନେ ଦାବି କରିଛନ୍ତି। ଏ ବିଷୟରେ ଅର୍ଥ ଲଗାଣ କାରୀ ସଂସ୍ଥା ଯିଏକି ଭାରତ ଅର୍ଥ ଲଗାଣ କାରୀ ସଂସ୍ଥା ନାମରେ ନାମିତ।ତାଙ୍କ କର୍ମଚାରୀ ସଂସ୍ଥା ର କର୍ମଚାରୀ ମାନେ ଟଙ୍କା ଅସୁଲି ପାଇଁ ଆସୁଥିବାର ଅଭିଯୋଗ ହେଉଛି। ଏ ଦିଗରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି l