-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଡାକବିଭାଗରୁ ସମବାୟ , ଆଉ କୁଆଡେ  ? କମ୍ପଭାଇଙ୍କୁ କାହିଁକି ଛାଡିଲା ପୁଲିସ୍  ?

03-Apr-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ମନୋଜ ମିଶ୍ରର ରିଲାଏନସ କୋଚିଂ ସେଣ୍ଟର୍ ରୁ ଆନ୍ତଃରାଜ୍ୟ ଜାଲ୍ ସାର୍ଟିଫିକେଟ୍ ମାମଲାର   ଲିଙ୍କ୍ ପାଇ ପୁଲିସ୍ ସହରର ଆଉ ଦୁଇଟି ଘରୋଇ ସଂସ୍ଥା କେବିଭିଟିଆଇ ବା କମ୍ପଭାଇ ଭୋକେସ୍ ନାଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ସହ ତାଙ୍କର ମହାବୀର ସଂସ୍ଥା ଦୁଇଟି ଉପରେ ଚଢାଉ କରିଥିଲା । ସେଠାରୁ କିଛି ବାହାରି ନଥିବା ପୁଲିସ୍ କହିଥିବାବେଳେ , ଏବେ ଏହି କେବିଭିଟିଆଇରୁ ନକଲି ସାର୍ଟିଫିକେଟ୍ ନେଇ ସମବାୟ ବିଭାଗରେ ଚାକିରୀ କରୁଥିବା ଜଣେ ଜାଲ୍ ଚାକିରିଆଙ୍କ ଘଟଣା ପଦାକୁ ଆସିବା ଚର୍ଚ୍ଚାରେ ରହିଛି । ବିଗତ ୯ ବର୍ଷ ଧରି ଚାକିରୀ କରୁଥିବା ଗୁଡଭେଲା ବ୍ଲକ୍ ର ଘୁନା ପେକ୍ସରେ ରଶ୍ମୀ ରଞ୍ଜନ ବେହେରା ନାମକ ଏହି ସମ୍ପାଦକଙ୍କ ଏଭଳି ଜାଲିଆତି ସମ୍ପର୍କରେ ଜଣେ ଜଣାଶୁଣା ସୂଚନାକର୍ମୀ ନୀଳମଣି ଯୋଷୀ ଦୁଇଦିନ ତଳେ ବଲାଙ୍ଗୀର ଏସପିଙ୍କୁ ଭେଟି ଅଭିଯୋଗ କରିଥିବା ସହ ଏହି ସାର୍ଟିଫିକେଟ୍ ଫେକ୍ ବୋଲି ଜାଣିବା ପରେ ସୁଦ୍ଧା ସମବାୟ ବିଭାଗର ଏଆରସିଏସ୍ , ଡିଆରସିଏସ୍ ଓ ଅନ୍ୟାନ୍ୟ ଅଧିକାରୀମାନେ ଚୁପ୍ ରହିବା ମଧ୍ୟ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ଅପରାଧ ବୋଲି ପ୍ରମୁଖ ଗଣମାଧ୍ୟମ ଦାବି କରିଛି । ଉଲ୍ଲେଖନୀୟ ଯେ ଏହି କେବିଭିଟିଆଇର ମାଲିକ ଜପବନ୍ଧୁ କମ୍ପ ବିରୁଦ୍ଧରେ ପୂର୍ବରୁ ବହୁ ଅଭିଯୋଗ ରହିଆସିଛି । ଏଥିମଧ୍ୟରେ ବନବିଭାଗର ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଓ ଅନ୍ୟାନ୍ୟ ଜାଲିଆତିର ଅଭିଯୋଗ ଅନ୍ତର୍ଭୁକ୍ତ । ତଥାପି ବଲାଙ୍ଗୀର ପୁଲିସ୍ ଉପରଠାଉରିଆ ଭାବେ ଏହି ଅଭିଯୁକ୍ତର ସଂସ୍ଥା ଉପରେ ଚଢାଉ କରି ଛାଡିଦେଇଥିବା ସମ୍ପର୍କରେ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି ।

ତେବେ ବଲାଙ୍ଗୀର ଜିଲ୍ଲାରେ କଣ୍ଟାବାଞ୍ଜିର ନକଲି ଔଷଧ କାରବାର ପରେ ଆରଆଇ ଅମୀନ ନିଯୁକ୍ତି ଦୁର୍ନୀତି ସାରା ରାଜ୍ୟରେ ବହୁଚର୍ଚ୍ଚିତ ହୋଇପଡିଥିଲା । ଏହି ଆର ଆଇ ନିଯୁକ୍ତି ଦୁର୍ନୀତିରେ ବଲାଙ୍ଗୀରର ପୂର୍ବତଦ ଜିଲ୍ଲାପାଳ ଦେବରାଜ ମିଶ୍ର ଗିରଫ ହୋଇ ଜେଲ୍ ଯାଇଥିଲେ । ନକଲି ସାର୍ଟିଫିକେଟ୍ ସହ ମାର୍କ ଭିତ୍ତିକ ନିଯୁକ୍ତି ଜାଲିଆତି ଆହୁରି କେତେଜଣ ଗିରଫ ହୋଇ ଜେଲ୍ କୁ ଢୁକିଥିବାବେଳେ ଆହୁରି

କେତେକ ଅଧିକାରୀ / କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ସରିନାହିଁ । ଏଥିରେ ଶତାଧିକ ନକଲି ଆର ଆଇ , ଅମିନଙ୍କୁ  ଚାକିରିରୁ ବହିଷ୍କୃତ କରାଯାଇଛି । ଆଉ ଜଣେ ନକଲି ଆର ଆଇ ବନାମ କାର୍ପଟଦାର୍ ଖସିଯାଇ ଏବେ ଏକ ବହୁଳ ପ୍ରସାରିତ ଦୈନିକ ସମ୍ବାଦପତ୍ରର ନାମୀ କର୍ମଚାରୀ ତଥା ବିଶିଷ୍ଟ ସାହିତ୍ୟିକ ଭାବରେ ନୀଳବର୍ଣ ଶୃଗାଳ ପାଲଟିଯାଇ ଆତ୍ମଗୋପନ କରି ରହୁଛି । ଏହି ନିଯୁକ୍ତିର ନକଲି ସାର୍ଟିଫିକେଟ୍ ଏହି ସଂସ୍ଥା ଦେଇଥିବା ଚର୍ଚ୍ଚା ହୁଏ ।ଏଣୁ ବଲାଙ୍ଗୀର ଜିଲ୍ଲାର ଏଭଳି ନକଲି ସାର୍ଟିଫିକେଟ୍ ଓ ଜାଲ୍ ନିଯୁକ୍ତିର ତଦନ୍ତ ସେଇ ଆର ଆଇ ଅମିନ ନିଯୁକ୍ତି ଦୁର୍ନୀତିଠାରୁ ଖୋଳତାଡ କରିବାକୁ ସରକାର କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେବାକୁ ଲୋକେ ଦାବି କରୁଛନ୍ତି । ଏପରିକି ଏବର ପୂର୍ବାଞ୍ଚଳର ବହୁ ଆର ଆଇ , ଏ ଆର ଆଇ ଏହି ନକଲି ସାର୍ଟିଫିକେଟ୍ ଧରପଗଡରେ ଛାନିଆ ହୋଇପଡିଥିବା ଜଣାଯାଇଛି । ଏହା ସହିତ ଶିକ୍ଷାବିଭାଗ, ସ୍ବାସ୍ଥ୍ୟବିଭାଗ , ବନବିଭାଗ, ସମନ୍ବିତ ଶିଶୁବିକାଶ ଯୋଜନା ଇତ୍ୟାଦି ଅନ୍ୟାନ୍ୟ ସରକାରୀ ବିଭାଗର ଚାକିରିଆଙ୍କର ସାର୍ଟିଫିକେଟ୍ ଯାଞ୍ଚ ଜରୁରୀ ହୋଇ ପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like