-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
31-Mar-2023
ବଲାଙ୍ଗୀର (ପ୍ରେରଣା ଖବର ): ଆଜି ମାର୍ଚ୍ଚ ୩୧ ସାରା ବିଶ୍ୱାସ ଟ୍ରାନ୍ସଜେଣ୍ଡର ମାନଙ୍କୁ ସମ୍ମାନ ଜଣାଇ ଟ୍ରାନ୍ସଜେଣ୍ଡର ଡେ ଅଫ ଭିସିବିଲିଟି ହିସାବରେ ପାଳନ କରୁଅଛି l ଏହାକୁ ଆଖି ଆଗରେ ରଖି ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ସଖା ସ୍ବେଛାସେବୀ ସଂଗଠନ ମାଧ୍ୟମରେ ବଲାଙ୍ଗୀର ସ୍ଥାନୀୟ ଯାଦବ ଭବନ ଠାରେ କିନ୍ନର ଏବଂ ଟ୍ରାନ୍ସ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା... ଏହି
କାର୍ଯ୍ୟକ୍ରମରେ ପୌରାଧକ୍ଷା ଲିକା ସାହୁ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ସାମାଜିକ ମଙ୍ଗଳ ଅଧିକାରୀ ନବ ସାହୁ,ସାମ୍ବାଦିକ ଗୋପାଳ ପଧାନ, ଯୁବ ସାମଜସେବୀ ସୋମନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ସମାଜସେବୀ ମୀରା ପରିଡା ଓ ସମାଜସେବୀ ସିଲଭର ଗାନ୍ଧୀ ସାଇ ସଂଯୋଜନା କରିଥିଲେ l ସେଠାରେ ଟ୍ରାନ୍ସ ଏବଂ କିନ୍ନର ମାନଙ୍କ ପାଇଁ ବିଭିନ୍ନ ଆଲୋଚନା କରାଯାଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଉପକୃତ ପ୍ରତିଯୋଗୀ ମାନଙ୍କୁ ଆର୍ଥିକ ପୁରସ୍କାର ଦିଆଯାଇଥିଲା l
ଏହି ଅବସରରେ ଟ୍ରାନ୍ସ ମାନଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ରେ
ଶଯ୍ୟା ସଂରକ୍ଷଣ ଓ ବଲାଙ୍ଗୀର ପୌରାଞ୍ଚଳ ରେ ବିଭିନ୍ନ ପ୍ରକାର ସହଯୋଗ ଯୋଗେଇ ଦେବାପାଇଁ ଅତିଥି ମାନଙ୍କୁ ଅନୁରୋଧ କରାଯାଇଥିଲା
ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ଶତାଧିକ ଟ୍ରାନ୍ସଜେଣ୍ଡର ମାନେ ଉପସ୍ଥିତି ଥିଲେ l ପରିଶେଷରେ ସମାଜସେବୀ ମୀରା ପରିଡା ବଲାଙ୍ଗୀର ପ୍ରଶାସନ ଏବଂ ଜନସାଧାରଣ ଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ l