-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
28-Mar-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )- ସୋନପୁର ପୋଲିସ ଏକ ସାଇକେଲ ଚୋରକୁ ଗିରଫକରି ତାପାଖରୁ ବିଭିନ୍ନ ସମୟରେ ଚୋରି ହେଇଥିବା ୧୫ଟି ସାଇକେଲ କୁ ଜବତ କରିଛି। ଆଜି ଏ ସଂପର୍କରେ ସୋନପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏସପି ଅମରେଶ ପଣ୍ଡା ଏହା ସୂଚନା ଦେଇଛନ୍ତି। ମିଳିଥିବା ସୂଚନାଅନୁଯାୟୀ ଗତ ୨୩ତାରିଖରେ ସୋନପୁର ନୂଆ ମାଲିପଡାର ରମେଶ ଚୌହାନ ଙ୍କ ଝିଅ ସକାଳ ୭ଘଣ୍ଟା ରେ ସ୍ଥାନୀୟ ମହାରଣା ପଡାର ଏକ କୋଚିଂ ସେଣ୍ଟର କୁ ଯାଇଥିବା ବେଳେ ତାଙ୍କର ଏକ ପିଙ୍କ କଲର ର ବାର୍ଡ଼ ସାଇକେଲ ଟି କେହି ଦୁର୍ବୁତ୍ତ ଚୋରି କରିନେଇଥିଲା ଯାହାକି ଶ୍ରୀ ଚୌହାନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଉକ୍ତ ଘଟଣାର ଅନୁସନ୍ଧାନ କରିବକୁ ଯାଇ ସୋନପୁର ପୁଲିସ ଛାନଭିନ ଆରମ୍ଭ କରି ଆଜି ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗ୍ରାମର ବିନାୟକ ନାଏକ କୁ ଗିରଫ କରି ତା ନିକଟରୁ ବିଭିନ୍ନ ସମୟରେ ଚୋରି କରିଥିବା ୧୫ଟି ସାଇକେଲ ବରାମତ କରିଛି। ଏହି ଘଟଣାର ଅନୁସନ୍ଧାନ କାରୀ ଅଧିକାରୀ ଭାବରେ ଏଏସ୍ଆଇ ବିଣା ନାଗ ରହିଥିବା ବେଳେ ଆଜିର ସାମ୍ବାଦିକ ସମ୍ମିଳନୀରେ ଏସପି ଅମରେଶ ପଣ୍ଡା, ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ,ଥାନାଧିକାରୀ କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।