-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
28-Mar-2023
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅଞ୍ଚଳ କନ୍ଦାଜୁରୀ ଠାରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ ହାଇଥିଲା l ଏଥିରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଆରକ୍ଷୀ ଅଧିକ୍ଷକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ବଲାଙ୍ଗୀର ଉପଜିଲ୍ଲାପାଳ କୁମାର ନାଗଭୂଷଣ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଲୋଇସିଂହା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଆକାଶରଞ୍ଜନ ସାହୁ, ଏବିଡିଓ ବିଡ଼ିଓ ବିଜୟ ହୋତା, ତହସିଲଦାର ସଂଘମିତ୍ରା କଲୋ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରଜ୍ଞା ବାରିକ, ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡ଼. ସଂଜୀବ ବିଶ୍ୱାଳ ଏବଂ ଯଶବନ୍ତ ପାଢୀ, କାନ୍ଦାଜୁରୀ ପିଇଓ ପ୍ରମୋଦ କୁମାର ମିଶ୍ର, ସରପଞ୍ଚ ଜାମିନୀ ମହାନନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ 61ଗୋଟି ବ୍ୟକ୍ତିଗତ,14ଟି ସାମୁହିକ ସମସ୍ୟା କୁ ନେଇଁ ଅଭିଯୋଗ ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀକୁ ନିର୍ଦେଶ ଦେଇଛନ୍ତି l ଏହାସହ ସାମାଜିକ ସୁରକ୍ଷା ଯୋଜନାରେ ଏବଂ ଭିନ୍ନକ୍ଷମକୁ ବିବାହ ପ୍ରଶାହନ ଯୋଜନା ରାଶି, ବାବଦରେ ଜଣକୁ 25 ଲକ୍ଷ ଟଙ୍କା ଚେକ ପ୍ରଦାନ କରାଯାଇଛି l ଏଥିରେ କୃଷି ବିଭାଗ ତରଫରୁ ବାଦୀବାହାଲ ଏବଂ କୁଟେନପାଲି, ଦୁଇଟି ସ୍ୱୟଂ ସହାୟକ ଦଳକୁ 10 ହଜାର ଟଙ୍କା ଲେଖାଏଁ ଦିଆଯିବା ସହ ଲୋଇସିଂହା ତହସିଲଦାର ତରଫରୁ 14 ଜଣ ଭୂମିହୀନକୁ ପଟାପାରଚା ପ୍ରଦାନ କରାଯାଇଥିଲା l ପରେ ଜିଲ୍ଲାପାଳ ଚଞ୍ଚଳ ରାଣl ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଭିନ୍ନ ବିଭାଗ ସହ ସ୍ୱୟଂ ସହାୟକ ଦଳ ପକ୍ଷରୁ ଲଗାଯାଇଥିବା ଷ୍ଟଲ ମାନଙ୍କୁ ବୁଲି ବୁଲି ଦେଖିଥିଲେ l