-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ଶ୍ରୀ ଗୋପାଳଜୀ ତଡିତ ଶ୍ୱାସ ଯୋଗାଳୟ ସୋନପୁର ର ନୂତନ ଯୋଗାଶ୍ରମ ଲୋକାର୍ପିତ

24-Mar-2023



ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ପବିତ୍ର ହିନ୍ଦୁ ନବ ବର୍ଷ ର ପାବନ ତିଥିରେ ନବ ନିର୍ମିତ ଗୋପାଳଜୀ ତଡିତ ଶ୍ୱାସ ଯୋଗାଳୟ ର ନୂତନ ଯୋଗାଶ୍ରମ ମହାନଦୀ ଯୋଗ ବିହାର ଠାରେ ଲୋକାର୍ପିତ ହୋଇ ଯାଇଛି l ଏହି ଉତ୍ସବ ରେ ଯୋଗାଳୟ ର ପ୍ରତିଷ୍ଠାତା ଯୋଗାଚାର୍ଯ୍ୟ ଜୟ ଦେବ ଦଣ୍ଡସେନା ସ ପତ୍ନୀକ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ l ଶ୍ରୀ ବାସୁଦେବ ମିଶ୍ର ସପତ୍ନୀକ ବୈଦିକ ରୀତିରେ ଯଜ୍ଞ କରି ଭବନ ର ପ୍ରତିଷ୍ଠା ଯଜ୍ଞ ଘୃତାହୁତି ହେବା ପରେ ସମସ୍ତ କର୍ମକର୍ତ୍ତା ଓ ଆମନ୍ତ୍ରିତ ଜ୍ଞାନୀ ଗୁଣୀ ପୁଷ୍ପାଞ୍ଜଳୀ ନେବା ପରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନର ସମ୍ପାଦକ ଶ୍ରୀ ଆର୍ତ୍ତ ତ୍ରାଣ ବାବୁ ବିବରଣୀ ପଠନ ପରେ ନିମନ୍ତ୍ରିତ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଗବେଷକ ସୁଦାମ ନାଏକ ସୁବର୍ଣ୍ଣପୁରର ଐତିହାସିକ ଯୋଗତତ୍ତ୍ୱ ଉପରେ ସାରଗର୍ଭକ ଆଲୋଚନା ପରେ, ଗୋରେଖ ସାହୁ, ସନ୍ୟାସୀ ଦାସ,  ଯୋଗାଚାର୍ଯ୍ୟ ଜୟଦେବ ଦଣ୍ଡସେନା ଯୋଗ ବିଷୟରେ ବିଭିନ୍ନ ମତ ରଖିଥିଲେ l  ସୋନପୁର କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ତଥା 
ଶିକ୍ଷାବିଦ ଡ଼ଃ ସୁଧାକର ଦାସ ଯୋଗ ଦେଇ ଅଭିନଵ ପ୍ରସ୍ତାବ ରଖି ଏଭଳି ଅନୁଷ୍ଠାନ ଓଡିଶାରେ ବିରଳ ବୋଲି ଭୁୟସୀ ପ୍ରଶଂସା କରିଥିଲେ l ଶ୍ରୀ ପ୍ରଦୀପ ପୁରୋହିତ ନୂତନ ଭବନ ନିର୍ମାଣ ର ସଂଘର୍ଷ କାହାଣୀ ସହିତ ଏହା ସମାଜ ପାଇଁ ସମର୍ପିତ ବୋଲି କହିଥିଲେ l ଜ୍ୟୋତି ରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନାରେ ସଭା ପରିଚାଳନା ହୋଇଥିବା ବେଳେ ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ,  ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଶିଳ୍ପ ଦ୍ୟୋଗୀ ଆନନ୍ଦ ବାବୁ ଆଭାସ ବାବୁ, ଡ଼ଃ କେଦାର ମିଶ୍ର, ଡ଼ଃ ଜ୍ୟୋତି ବହିଦାର, ଶିକ୍ଷାବିଦ ବ୍ରଜ ମୋହନ ଦାନୀ, ଯୋଗ ଗୁରୁ ମନୋଜ ପଣ୍ଡା, ଡ଼ଃ ସନ୍ତୋଷ ପାଢ଼ୀ, ହରିହର ଶତପଥୀ, ନରେଶ ଅଗ୍ରୱାଲା, ଗାୟତ୍ରୀ ପରିବାର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ବେଦ ପ୍ରଚାର ସମିତି,ଆଦି ଯୋଗ ସାଧକ ମାନେ ସହଯୋଗ କରିଥିଲେ l ଏହାର ସର୍ବବିଧ ଉନ୍ନତି ଓ ସମୃଦ୍ଧି ପାଇଁ ଶୁଭ କାମନା ପୂର୍ବକ ଜ଼ିଲ୍ଲା ପ୍ରଶାସନ କୁ ମଧ୍ୟ ସାଧୁବାଦ ଜଣାଇ ସମସ୍ତ ଙ୍କୁ ସ୍ୱାଦିଷ୍ଟ ଭୋଜନ ରେ ଆପ୍ୟାୟିତ କରାଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like