-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
22-Mar-2023
ଆଗଲପୁର, (ପ୍ରେରଣା ଖବର) ଆଗଲପୁର ତହସିଲ ଅଂଚଳରେ ଅନେକ ବେଆଇନ ଇଟାଭାଟି ଚାଲିଥିବା ଅଭିଯୋଗ ଆସିଛି l ଆବାସ ଯୋଜନାରେ ଘର ନିର୍ମାଣ କରିବା ବାହାନାରେ କେତେକ ହିତାଧିକାରୀ ଇଟାର ବ୍ୟବସାୟ ଚଳାଇଛନ୍ତି l ଏହି ବ୍ଲକ ର ଆଗଲପୁର, ରୋଥ, ଫଟାମୁଣ୍ଡl, ମହୁଲିପାଳି, ନଗାଁ କ, ବୁଦୁଲା, ଡୁଡୁକା, ଭରସୁଜା ତଥା ଅନ୍ୟାନ୍ୟ ଅଂଚଳରେ ବେଆଇନ ଇଟାଭାଟି ଚାଲିଛି l ଛତିଶଗଡ ତଥା ଅନ୍ୟାନ୍ୟ ଅଂଚଳରୁ ଲୋକେ ଆସି ତହସିଲ କର୍ମଚାରୀକୁ ହାତକରି ନିର୍ଭୀଗ୍ନରେ ବେଆଇନ ଭାବେ ଇଟାଭାଟି ଚଳାଉଥିବା ଅଭିଯୋଗ ଆସିଛି l ଏ ସମ୍ପର୍କରେ ଆଗଲପୁର ତହସିଲ୍ଦାର ସୁଶ୍ରୀ ସାରୋଜା ବେହେରାଙ୍କୁ ପଚାରି ବୁଝିବାରୁ ସେ ନୂତନ କରି କାର୍ଯ୍ୟରେ ଯୋଗ ଦେଇଥିବାରୁ ଏ ଅଂଚଳର କୌଣସି ସୂଚନା ସଠିକ ଭାବେ ପାଇପାରୁ ନଥିବା ସହ ଏ ବିଷୟ ପ୍ରତି ଧ୍ୟାନଦେଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି l