-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
22-Mar-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ଲାଲ୍ ଟିକ୍ରା ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲର ଅଡିଟୋରିୟମ ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ବଲାଙ୍ଗିରର ଆୟୋଜନ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରଶାସନ ସହିତ ଗୋଷ୍ଠୀର ସହଭାଗିତା କୁ ମାନେ ପକାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଆଶା , ଗାଁ କଲ୍ୟାଣ ସମିତି, ଆରୋଗ୍ୟ ସ୍ବାସ୍ଥ୍ୟ ସମିତିର କର୍ମକର୍ତ୍ତା ମାନଙ୍କ ପରିଶ୍ରମ କୁ ପ୍ରଶଂସା କରିଥିଲେ। ଏହି ଅବସରରେ ନିଜେ କ୍ଷେତ୍ରରେ ଉତ୍ତମ ଭାବରେ କର୍ତ୍ତବ୍ୟ ସମ୍ପାଦନା କରିଥିବା ଆଶା ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।