-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ମାନସିକ ଭିନ୍ନକ୍ଷମ ମହିଳାଙ୍କ ମହନୀୟ କାର୍ଯ୍ୟ - ସ୍ୱଚ୍ଛତା ଅଭିଯାନର ନିଃସଙ୍ଗ ଯୋଦ୍ଧା

22-Mar-2023



ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କ ମହନୀୟ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।‌ ସାଧାରଣରେ ମହିଳାଙ୍କ ପରିଚୟ ହେଲା ସେ ଜଣେ ମାନସିକ ଭିନ୍ନକ୍ଷମ (ସ୍ଥାନୀୟ ଭାଷାରେ' ବାଉରୀ')।‌ ତେବେ ଉକ୍ତ ମହିଳା ଜଣ ଏକାକୀ ବିଗତ ଦଶ/ ବାର ବର୍ଷ ହେଲା ନିଜ ଇଚ୍ଛାରେ ଓ ନିରଳ ଭାବେ ବୀରମହାରାଜପୁର ମୁଖ୍ୟ ଛକ ଠାରେ ରହିଆସୁଅଛି।‌ ପ୍ରତ୍ୟେକ ଦିନ ଉକ୍ତ ଛକ ସହ ବିଭିନ୍ନ ସ୍ଥାନର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଭଲି ମହନୀୟ କାର୍ଯ୍ୟ କରି ଚାଲିଛନ୍ତି। ଯାହାକି ଜଣେ ପ୍ରତ୍ୟକ୍ଷଦର୍ଶୀ ହିଁ ବିଶ୍ଵାସ କରି ପାରିବ। ପ୍ରଭାବଶାଳୀ ଲୋକେ ରାସ୍ତାରୁ ପତ୍ରଟିଏ ଗୋଟେଇଲେ ତାହା ବ୍ୟାପକ ଭାବେ ପ୍ରଚାରିତ ହୋଇଥିବା ବେଳେ ଉକ୍ତ ମହିଳାଙ୍କ ଏଭଲି  ଉତ୍ସର୍ଗୀକୃତ ପରିବେଶ ପ୍ରେମ କିନ୍ତୁ କାହା ଦୃଷ୍ଟିରେ ପଡେ ନାହିଁ। ଉକ୍ତ ମହିଳା ଜଣକ ପ୍ରତିଦିନ ଭୋର ସକାଳୁ ବୀରମହାରାଜପୁର ମୁଖ୍ୟ ଛକ ଚର୍ତୁପାଶ୍ୱ , ବ୍ଳକ, ତହସିଲ କାର୍ଯ୍ୟାଳୟ ସମ୍ମୁଖ ସମେତ ଆଖପାଖ ୩୦/୪୦ ଟି ଦୋକାନ ଆଗରେ ସଫେଇ କରିଥାନ୍ତି। ଏଥି ସହ ଆର୍ବଜନା ସବୁକୁ ଏକାଠି କରି ନିଆଁରେ ପୋଡ଼ି ଥାନ୍ତି। ଖରା , ବର୍ଷା,ଶୀତ, ବର୍ଷର ସବୁ ସମୟରେ ଏହା ତାଙ୍କର ଏକ ମିଶନ ଭଲିଆ ନିତିଦିନିଆ କାମ। ଏହି କାର୍ଯ୍ୟ ପାଇଁ କାହାଠାରୁ କିଛି ପ୍ରତିଦାନର ବି ଆଶା ରଖନ୍ତି ନାହିଁ। ତାଙ୍କ କର୍ମକୁ ଦେଖି ଯିଏ ଯାହା କିଛି ଖାଇବାକୁ ଦେଲେ ତାହା

ଖାଇ ଶାନ୍ତିରେ ରୁହନ୍ତି। ସର୍ବଦା ନିରବ ରହିବା ସହ ଅଣଓଡ଼ିଆ ଭାଷା ରେ କଥାବାର୍ତ୍ତା ହେଉଥିବା ଶୁଣୁବାକୁ ମିଲେ। ବିଭିନ୍ନ ସମୟରେ ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଶାଢ଼ୀ, ଶୀତବସ୍ତ୍ର ତଥା କିଛି ଆର୍ଥିକ ସହାୟତା କରିଥାନ୍ତି। ଅଧିକାଂଶ ସମୟରେ ମୁଖ୍ୟ ଛକ ନିକଟରେ ଥିବା ଏଟିଏମ କେନ୍ଦ୍ର ଠାରେ ଆଶ୍ରୟ ନିଅନ୍ତି। କେଉଁ ଏକ ଖିଆଲି ମନ ନେଇ କିମ୍ବା ନିଜ ଆତ୍ମସନ୍ତୋଷ୍ଟି ପାଇଁ ବହୁ ବର୍ଷ ହେଲା ସଂପୃକ୍ତ ମହିଳା ଜଣକ ଉତ୍ସର୍ଗୀକୃତ ଭାବେ ଏଭଳି ସଫେଇ କାର୍ଯ୍ୟରେ ଲାଗିଛନ୍ତି। 


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like