-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
21-Mar-2023
ବୀରମହାରାଜପୁର/ସୁବଳୟା (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ସ୍ଥିତ ୫ ଟି ଅନ୍ତର୍ଭୁକ୍ତ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବିଶ୍ଵ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ବର୍ଣ୍ଣଲତା ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଚନ୍ଦ୍ରମଣି ବାଘ ସଭା ସଂଯୋଜନା କରିଥିଲେ। ଉକ୍ତ ଅନୁଷ୍ଠିତ ଆଲୋଚନାଚକ୍ରରେ ସଚେତନତା ହିଁ ଜଙ୍ଗଲ ସୁରକ୍ଷା ରକ୍ଷା କରି ପାରିବ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏଥିରେ ଶିକ୍ଷକ ସଦାନନ୍ଦ ରଥ, ପ୍ରଦିପ ମହାନନ୍ଦ, ନବକିଶୋର ପଧାନ, ପ୍ରତିମା ବାଘ, ପଦ୍ମନାଭ ମିଶ୍ର, ସାଗରିକା ମହାପାତ୍ର,ସୁନିଲ ବରିହା, ସୁରେନ୍ଦ୍ର ପାଢ଼ୀଙ୍କ ସମେତ ସ୍କୁଲର ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଶିକ୍ଷୟିତ୍ରୀ ଶାମ୍ପା ବିଶ୍ଵାଲ ଧନ୍ୟବାଦ ଅର୍ପଣ କରିଥିଲେ।