-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
21-Mar-2023
ବୀରମହାରାଜପୁର/ସୁବଳୟା, (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉପାନ୍ତ ଅଞ୍ଚଳରେ ଥିବା ଜନବସତିର ବହୁ ପରିବାର ଲୋକେ ମହୁଲ ସଂଗ୍ରହ କରି ବର୍ଷର ଗୁଜୁରାଣ ମେଣ୍ଟେଇ ଥାନ୍ତି। ଗତ ତିନିଦିନ ହେବ ଅଞ୍ଚଳରେ କାଳବୈଶାଖୀ ପ୍ରବାହ ଲାଗିରହିଛି। ଫଲରେ ମହୁଲ ସଂଗ୍ରହକାରୀ ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ମହୁଳ ଗୋଟାଳି ଭୋର ପାଞ୍ଚଟା ସମୟରୁ ଉଠି ମହୁଲ ଗୋଟେବା ପରେ ଅପରାହ୍ନରେ ଘରକୁ ଫେରି ଖରାରେ ଶୁଖାଇ ଥାନ୍ତି। ସୁବଳୟା ଅନ୍ତର୍ଗତ ପିତାମହୁଲ, ଡୁଲେଶ୍ଵର, ଦୁରଦୁରା , ଠାକୁରପୁର,କିରାସିରା, ଖଣ୍ଡହତା, ଅମରପାଲି,ବହଲପଦର,ଭାଲଡୁମ୍ବୁରୀ, ବଡ଼ମାଳ,କୁଷାଦାଦାର, ଚୁବକାଦାଦର, ବିକଳପୁର ଓ ଗରିଆମୁଣ୍ଡା ପ୍ରଭୁତି ଅଞ୍ଚଳରେ ବହୁଳ ପରିମାଣରେ ମହୁଲ ସଂଗ୍ରହ କରି ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ କରିଥାନ୍ତି। ଚଳିତ ବର୍ଷ ମହୁଲ ସଂଗ୍ରହକାରୀ ଭଲ ରୋଜଗାର ଆଶା କରିଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ସେହି ସ୍ବପ୍ନକୁ ଚୁରମାର କରିଦେଲା। ବର୍ଷା ହେବା ଯୋଗୁଁ ଚାରିଆଡ଼େ ମାଟି ଓଦା ହୋଇଯିବାରୁ ମହୁଲ ସଂଗ୍ରହ ସମ୍ଭବ ହୋଇ ପାରୁନାହିଁ। ଅନେକ ପରିବାର ଗୋଟାଇଥିବା ମହୁଲ ଶୁଖାଇ ନପାରି ଗାଈଗୋରୁଙ୍କୁ ଖାଇବାକୁ ଦେଉଥିବା ବେଳେ ଅନେକ ପରିବାର ମହୁଲ ଗୋଟାଉ ନାହାନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ପରିବାର ମାନଙ୍କୁ ଚିହ୍ନଟ କରି ସରକାରୀ ସହାୟତା ପାଇଁ ଦାବି ହେଉଛି।