-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
21-Mar-2023
ବଲାଙ୍ଗୀର: ନିପ୍ର: ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ ହେବ ମୁଁ ଭଙ୍ଗା ପୋଳ ର ନାଆଁ ରେ ସହରରେ ବେଶ୍ ପରିଚିତ ହୋଇ ରହିଥିଲି। ମୋ ଉପରେ ନିର୍ଭର କରୁଥିବା ସାଗରପଡା ଓ ରୁଗୁଡି ପଡା ର ଲୋକ ଯାତାଯାତ କରିବାର ସୁଯୋଗ ପାଉଥିଲେ। ପରେ ମୁଁ ଦୁର୍ବଳ ହୋଇ ଏକ ଭଙ୍ଗା ପୋଳ ନାଁ ରେ ରହିଲି। ମୋ ଛାତି ଉପରେ ଲୋକେ ଓ ନେତା ନେତ୍ରୀ ମାନେ ସଜାଡିବା ନାଆଁ ରେ ସେଲ୍ଫି ନେଇ ସହରରେ ଚର୍ଚ୍ଚିତ ହେଲେ। ପାଖ ପଡୋଶୀ ର କିଛି ମହିଳା ମତେ ସଜାଡିବା ପାଇଁ ଆସୁଥିବା ଠିକାଦାର ବାବୁ ମାନଙ୍କୁ ହଇରାଣ କରିବା ଦ୍ବାରା କେହି ସଜାଡିବା ପାଇଁ ଆସିଲେ ନାହିଁ। ଏବେ କଣ ଶୁଣିବାକୁ ପାଇଛି ପୌର ଅଧ୍ୟକ୍ଷା ନିଜ ଇଛା ଜାହିର କରି ମତେ ସଜାଡିବା ପାଇଁ ଠିକାଦାର ନିଯୁକ୍ତି ଦେଇଛନ୍ତି। ମତେ ତ ଆମ ବିଧାୟିକ ମୋହଦୟ ଆଡ ଆଖିରେ କେବେ ଦେଖିଲେ ନାହିଁ। ହେଉ ତାଙ୍କୁ ବି ମୋ ପଡୋଶୀ ଲୋକ ଓ ଭୋଟର ଆଡ ଆଖିରେ ଦେଖିବେ ନାହିଁ। ମୁଁ ଜାଣେ ନୁଆଁ ଭାବରେ ନିର୍ବାଚିତ ହୋଇଥିବା କାଉନସିଲର ର ହାତ ବନ୍ଧା ହୋଇ ବିଚରା ପଡି ରହିଛି। ତାହାକୁ ଆଉ କଣ ଦୋଷ ଦେବି। ହେଉ ଯେମିତି ହେଉ ଯେପରି ହେଉ ମୁଁ ଅଳ୍ପ ଦିନ ଭିତରେ ଜୀବନ ଦାନ ପାଇବି। ପୂର୍ବ ପରି ପୁଣି ସାଗରପଡା ଓ ରୁଗୁଡି ପଡା ଲୋକଙ୍କୁ ମୋ ଛାତି ଉପରେ ଚାଲିବା ପାଇଁ ସୁଯୋଗ ଦେବି। ଅଧ୍ୟକ୍ଷା ମତେ ଶିଘ୍ର ଆସି ନଡିଆ ସିନ୍ଦୁର ଲଗାଇ ମତେ ନୂତନ ଭାବରେ ସଜାଡି ଜୀବନ ଦେବେ ଏହା ହିଁ ମୋର କାମନା।