-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
31-Dec-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ସ୍ତରୀୟ ଫୂଟବଲ ଓ ଖୋଖୋ ଖେଳ ପ୍ରତିଯୋଗିତା ୧୭ ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା l ଫୂଟବଲରେ ୧୮ଟି ଦଳ ଅଂଶଗ୍ରହଣ କରିଥିଲେ l ଫାଇନାଲରେ ଲୋଇସିଂହା ଓ କୁସମେଲ ମଧ୍ୟରେ ହୋଇଥିଲା, ଏଥିରେ
କୁସମେଲ ଦଳ ଟ୍ରାଏବେକର ସହାୟତାରେ 6-5 ଗୋଳରେ ବିଜୟୀ ହୋଇଥିଲା l ଖୋଖୋ ଉପରବାହାଲ-ରତାଖଣ୍ଡି-ସରଗାଡ଼ ଉଭୟ ବାଳିକା ଓ ବାଳକଙ୍କ ଖେଳ ଅନୁଷ୍ଠିତ ହୋଇଥିଲା l ଏଥିରେ ଉପରବାହାଲର ଉଭୟ ବାଳକ ଓ ବାଳିକା ଦଳ ବାଜିମାତ କରିଥିଲେ l ବିଜୟୀ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରାଯଇଥିଲା l ଉକ୍ତ କ୍ରୀଡା ପ୍ରତିଯୋଗିତାରେ l ଉପସ୍ଥିତ ଥିଲେ ଏବିଡିଓ ବିଜୟ କୁମାର ହୋତା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ, ଜପିଓ କିଶୋରଚନ୍ଦ୍ର ମାନସିଂହ, ପିଓ ସୁଧୀର ପାଢୀ, ପିଇଓ ପ୍ରେମାନନ୍ଦ ମହାଲିଙ୍ଗ, ପ୍ରମୋଦ ମିଶ୍ର l ଏହାସହ ବ୍ଲକର ସମସ୍ତ ସରପଞ୍ଚ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ l