-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
31-Dec-2022
ବୌଦ୍ଧ / ବୌଦ୍ଧ ସହର କିଆକଟା ବ୍ରିଜ୍ ନିକଟରେ ଆଜି ଦିନ ପ୍ରାୟ ୧ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟୁଟୁସିଂଗା ନିବାସୀ ଝରଣା ମହଲାଂକ ଘଟଣାସ୍ଥଳରେ ଶୋଚନୀୟ ମ୍ରୃତ୍ୟୁ ଘଟିଛି । ସଉଦା କିଣି ଘରକୁ ଫେରିବା ବେଳେ ସାମନା ପଟୁ ଆସୁଥିବା ଟ୍ରକ୍ (ଓ ଡି ୧୫ଜି ୯୮୯୨) ଟି ଶ୍ରୀମତୀ ମହଲାକୁ ଧକ୍କା ଦେଇ କିଛିଦୂର ଘୋଷାରି ନେଇଥିଲା। ଘଟଣାସ୍ଥଳରେ ହିଁ ଝରଣଙ୍କ ପ୍ରାଣବାୟୁ ଉଡିଯାଇଥିଲା l କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ l ପ୍ରଶାସନ ଆସି ଲୋକଙ୍କୁ ବୁଝାସୁଝା କରି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ହଟିଥିଲେ l
(ଜୟାନନ୍ଦ ମିଶ୍ରଙ୍କ ରିପୋର୍ଟ)