-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
31-Dec-2022
ଟିଟିଲାଗଡ,-ସନ୍ତୋଷ କୁମାର ନାଏକ) ଜାତୀୟ ସ୍ତରରେ ନାଇନ ଏ ସାଇଡ ଫୁଟବଲ ମହାସଂଘ ତରଫରୁ ଛତିଶଗଡ଼ ରାୟପୁର ଠାରେ ତିନିଦିନ ବ୍ୟାପି ଅନୁଷ୍ଠିତ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ିଶାର ଖେଳାଳୀ ମାନେ ଉତ୍ତମ ପ୍ରଦଶନ ସହ ରୋ ପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।ଓଡ଼ିଶା ଫୁଟବଲ ସଂଘ ର ସାଧାରଣ ସମ୍ପାଦକ ତଥା ଟିଟିଲାଗଡ ର ପ୍ରତିଭାବାନ ଖେଳାଳୀ ଡାନିଏଲ ବାରିକ ଙ୍କ ନେତୃତ୍ୱରେ ଓଡ଼ିଶା ଟିମ୍ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପୂର୍ବରୁ ଟିଟିଲାଗଡ ଠାରେ ତାଙ୍କ ପ୍ରଶିକ୍ଷଣ ରେ ୮ ଦିନ ଧରି ୩୨ ଜଣ ଖେଳାଳି ଙ୍କ ଏକ ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷିତ ହୋଇ ୧୬ ଜଣିଆ ଦଳ ରାୟପୁର ଗସ୍ତ କରିଥିଲେ।ପ୍ରତିଯୋଗୀ ଖେଳାଳୀ ଙ୍କ ଏହି ସଫଳତା ପାଇଁ ଶ୍ରୀ ବାରିକ ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।