-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
23-Dec-2022
ବଲାଙ୍ଗୀର(ପ୍ରେରଣା ଖବର) -ଗରମ ତୋରାଣି ପଡି ମହିଳା ଗୁରୁତର ଏପରି କିଛି ଦୁଃଖଦ ଘଟଣା ଘଟିଛି ସୋନପୁର ଜିଲ୍ଲା ତରଭା ବ୍ଲକ ତାଲପଦର ଗାଁ ରେ । ଆଜି ସକାଳେ ତାଲପଦର ଗାଁ ର ହିମାଦ୍ରୀ ସୁନା(୨୮) ଭାତ ରାନ୍ଧୁ ଥିବା ବେଳେ ଗରମ ଭାତର ତୋରାଣି ତା ଦେହରେ ପଡିଯାଇଥିଲା । ଗରମ ତୋରାଣି ପଡି ମହିଳାଙ୍କ ଶରୀର ପୋଡିଯାଇଛି । କ୍ଷେତରେ କାମ କରୁଥିବା ନିଜ ସ୍ୱାମୀଙ୍କ ପାଇଁ ହିମାଦ୍ରୀ ଭାତ ରାନ୍ଧୁଥିବା ବେଳେ ଏପରି ଅଘଟଣା ଘଟିଛି । ଗୁରୁତର ଅବସ୍ଥାରେ ହିମାଦ୍ରୀ ଙ୍କୁ ବଲାଙ୍ଗୀର ବଡ ଡାକ୍ତରଖାନାର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି ।