-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2022
ବଲାଙ୍ଗିର (ପ୍ରେରଣା ଖବର) କଡା ସୁରକ୍ଷା ଭିତରେ ଗୋବିନ୍ଦ ସାହୁ ର ଶବ ପହଞ୍ଚିଲା l ଗତକାଲି ରହସ୍ୟଜନକ ଭାବେ କଣ୍ଟାବାଞ୍ଜି ଜେଲ୍ ଭିତରେ ବେକରେ ଦଉଡି ଲଗାଇ ଆତ୍ମହତ୍ଯା କରିଥିଲା ଗୋବିନ୍ଦ ସାହୁ l ଆଜି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ପୋଷ୍ଟ ମୋରମ୍ ୱାର୍ଡ ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l ବହୁ ଚର୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ର ମୃତ ଦେହ କାଲିଠାରୁ ବଲାଙ୍ଗିର ବଡ ଡାକ୍ତରଖାନାରେ ପହଂଚି ସାରିଥିବା ବେଳେ ଆଜି ଶବର ପୋଷ୍ଟ ମୋର୍ଟ ହେବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ l ତେବେ ଏଥିପାଇଁ ହସ୍ପିଟାଲ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୋବିନ୍ଦ ର ଶବକୁ ରଖାଯାଇଛି l ବୁର୍ଲା ରୁ ଦୁଇଜଣିଆ ମେଡିକାଲ ଟିମ୍ ବଲାଙ୍ଗିର ରେ ପହଂଚି ସାରିଛନ୍ତି l