-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
20-Dec-2022
ବାଲାଙ୍ଗୀର/ ଆଜି ବାଲାଙ୍ଗୀର ଟାଉନ ବାଳିକା ଊଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ ହୋଇ ଯାଇଛି l ପ୍ରାଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ କ୍ରୀଡ଼ାବିତ ଆନନ୍ଦିନୀ ଦର୍ଜୀ, ସମ୍ମାନିତ ଅତିଥି ଭାବେ ହକି
ଖେଳାଳୀ ପ୍ରଫୁଲ୍ଲ ବେହେରା ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ l ସିନିଅର ଓ ଜୁନିଅର ଉଭୟ ବର୍ଗ ରେ ସମୁଦାୟ 14 ଗୋଟିଇଭେଣ୍ଟ୍ସ ରେ ଖେଳ ପ୍ରତିଯୋଗିତା ହୋଇ ଥିବା ବେଳେ ଶିକ୍ଷୟତ୍ରୀ କସ୍ତୁରୀ ରଥ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ l ଏଥିରେ 300 ରୁ ଊର୍ଧ୍ୱ ଖେଳାଳୀ ଭାଗ ନେଇଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ହିନ୍ଦୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ବାଘ ଧନ୍ୟବାଦ ଅର୍ପଣ କରିଥିଲେ l