-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
19-Dec-2022
ତୁଷୁରା, ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ରୁଷୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ପାଚେରୀଘାଟ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗୀର ଢୋଲମୁହୂରୀ କଲାପରିଷଦକୁ ଆଯୋଜକ କମିଟି ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା। ମହୋତ୍ସବ କମିଟିର ସଭାପତି ଭୋଜରାଜ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଗୁଡ଼ଭେଲାବ୍ଳକ ଅଧ୍ୟକ୍ଷ ବେବୀ ଦୋରା ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜ ସେବୀ ନବୀନ ଜୈନ, ବ୍ଳକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ, ପୂର୍ବତନ ବ୍ଳକଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ,ରୁଷୁଡା ସରପଞ୍ଚ କୈଳାସ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ କାମ କରିଥିବା ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୃଥୀରାଜ ନନ୍ଦ, ଟୁକୁ ମାଝୀ,ଅମରେଶ ବାଗ, ରବିଶଙ୍କର ଭୋଇ, ମୂଖ୍ୟ ପୂଜକ ତେଜରାଜ ମାଝୀ, ଗୋବର୍ଦ୍ଧନ ମାଝୀ ପ୍ରମୁଖ ତଥା ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।