-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
19-Dec-2022
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଗତଦୁଇ ଦିନ ତଳେ ଆଗଲପୁର ପଂଚାୟତ ହାଇସ୍କୁଲ ର ନବମ ଶ୍ରେଣୀର ଛାତ୍ର ସଦାନନ୍ଦ ମେହେର ଯେଭଲିନ ଥ୍ରୋ ରେ ଆହତ ହୋଇଥିଲେ, ସେ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲ ଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟର ଶୀଘ୍ର ସୁସ୍ଥକାମନା ପାଇଁ ବିଜୁ ଜନତାଦଳ ଆଗଲପୁର ଓ ନାଗରିକ କମିଟି ଆଗଲପୁର ତରଫରୁ ଏକ ଜଗନ୍ନାଥ ମନ୍ଦିର ପ୍ରାଣଙ୍ଗ
ଠାରେ ଏକ ସମୂହ ଦୀପଦାନ କାର୍ଯ୍ୟକ୍ରମ କରା ଯାଇଥିଲା, ଏଥିରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଆଗଲପୁର ବ୍ଲକ ଉପାଧ୍ୟାକ୍ଷା ନିରୁପମା ପଧାନ, ବିଜେଡି ବ୍ଲକ ସଭାପତି ପଞ୍ଚୁ ପଧାନ, ଯୁବ ବିଜେଡି ବ୍ଲକ ସଭାପତି ନାରାୟଣ ସାହୁ, ପ୍ରଶାନ୍ତ ଭୋଇ, ରାମ ଚନ୍ଦ୍ର ମେହେର, ହିମାଂଶୁ ବାଗ, ଜୟନ୍ତ ବେହେରା, ରବି ପଧାନ ଓ ଆଗଲପୁର ନାଗରିକ କମିଟି ସଦସ୍ୟ ବୃନ୍ଦ ଅଖିଲ ତ୍ରିପାଠୀ, ସେବକ ମେହେର, ଗୋପାଲ ଚାନ୍ଦ ଦାଶ, ଗଙ୍ଗାଧର ମେହେର, ରାଧାକାନ୍ତ ନାଏକ ପ୍ରମୁଖ ଉପସ୍ଥିତି ଥିଲେ,ଏଥିରେ ମାହେଶ୍ୱରୀ ସଂଗଠନ ର ସଦସ୍ୟ ବୃନ୍ଦ ସାହଯୋଗ କରିଥିଲେ l