-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
19-Dec-2022
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ), କ୍ଷେତରାଜପୁର ଥାନା ବଡ଼ବଜାରରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯାଇଛି I ରବିବାର ଦିନ ୧୧ଟା ପାଖାପାଖି ବଡ଼ବଜାରର ଚିତ୍ତରଞ୍ଜନ ମେହେରଙ୍କ ଆଜବେଷ୍ଟସ୍ ଘରୁ ଧୁଆଁ ବାହାରୁଥିବା ଲୋକେ ଦେଖି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଉକ୍ତ ଘରେ କେହି ନଥିଲେ, ତାଲା ପଡ଼ିଥିବାରୁ କେହି ଭିତରକୁ ଯାଇପାରି ନଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଘରକୁ ଯିବାକୁ ବାଟ ନଥିବାରୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅନ୍ୟ ଜଣଙ୍କ ଛାତ ଦେଇ ଉକ୍ତ ଘରକୁ ଯାଇ ନିଆଁ ଲିଭାଇଥିଲେ। ତୁରନ୍ତ ଘର ଭିତରେ ଥିବା ଗ୍ୟାସ୍ସିଲିଣ୍ଡରକୁ ବାହାର କରାଯିବାରୁ ବଡ଼ ବିପଦ ଟଳିଥିଲା। ପାଖାପାଖି ୪୦ ହଜାର ଟଙ୍କାର ଜିନିଷ ପୋଡ଼ି ଯାଇଥିବା ଅଗ୍ନିଶମ ବାହିନୀ ଅନୁମାନ କରୁଛି। ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଥିବା ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର ବିଶ୍ବାଳ ପ୍ରକାଶ କରିଛନ୍ତି I