-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଜୋରାଡବରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଦ୍ୱିତୀୟ ବାର୍ଷିକ ଉତ୍ସବ ରବିବାର ପାଳନ ହେଇଯାଇଛି।ଏହି ଅବସରରେ ଆୟୋଜିତ ସଭା ରେ ସମ୍ପାଦକ କ୍ଷିରୋଦ ବଡମାଲି ପରିଚାଳନା ସମିତିର ସଭାପତି ଶିବରାମ ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ କର୍ଲାପଡା ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ତଥା କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସ୍ଥାନୀୟ ସରପଞ୍ଚ ଖିତିସୁତା ସାହୁ,ସମିତି ସଭ୍ୟା ରୀମା ସାହୁ ପ୍ରମୁଖ ଯୋଗ ଦେଇ ଶିଶୁ ବିଦ୍ୟାମନ୍ଦିର ଏକ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ମତପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ସମିତି ର ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚର୍ଯ୍ୟ କୈଳାସ ପ୍ରଧାନ ବିବରଣୀ ପ୍ରଦାନ କରିଥିଲେ।କୃତି ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ସମିତି ର ଭାଇ ଭଉଣୀ ମାନଙ୍କ ଦ୍ଵାରା ପରିବେଷିତ ନାଟକ ଦର୍ଶକ ମାନଙ୍କ ମନ ମୋହିଥିଲା ।ଏଥିରେ ଶିଶୁ ବିଦ୍ୟାମନ୍ଦିର ର ଗୁରୁଜୀ ଗୁରୁମା, ପରିଚାଳନା ସମିତି ର ସଭ୍ୟ ସଭ୍ୟା, ଅଭିଭାବକ ଅଭିଭାବିକା ମାନେ ସହଯୋଗ କରିଥିଲେ।