-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Aug-2022
ବଲାଙ୍ଗିର (ଅନ୍ତର୍ଯ୍ୟାମୀ ସାହୁ) ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ବଲାଙ୍ଗିର ଜିଲ୍ଲା ଆବାହକ ଥବିର କର୍ମିଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ଭାଇ ଚାରାର ପର୍ବ ତଥା କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ୩ ଦିନ ଛୁଟି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳ ମହୋଦୟଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ବର୍ତ୍ତମାନ ସମୟରେ ରାଜ୍ୟ ଓ ଦେଶ ବାହାରେ ରହୁଥିବା ପଶ୍ଚିମ ଓଡ଼ିଶା ବାସୀଙ୍କ ପାଇଁ ଏକ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। ଏହି ଦିନଟି ପଶ୍ଚିମ ଓଡ଼ିଶା ବାସୀଙ୍କ ଭାବା ବେଗ ସହିତ ଗଭୀର ଭାବରେ ଜଡିତ ରହୁଥିବାରୁ ଏଭଳି ସମୟରେ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ ଛୁଟି ନମିଳିବା ନିଶ୍ଚିତ ଭାବରେ ସରକାର, ପ୍ରଶାସନ ଏବଂ ବେସରକାରୀ ସଂସ୍ଥାଙ୍କ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ଇଂଗିତ କରୁଅଛି।
ବୃହତ୍ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟ ସ୍ତରରେ ୩ ଦିନ ଛୁଟି ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କୁ ତତ୍ ଅନୁରୂପ ଜାତୀୟ ସ୍ତର ଛୁଟି ମଞ୍ଜୁରୀ ପାଇଁ ଦାବି କରୁଛନ୍ତି। ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସଦସ୍ୟ ସୁରେଶ କମ୍ପ, କିଶୋର ଗୁରାଣ୍ଡି ଓ ବିରେନ୍ଦ୍ର ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।