-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
25-Aug-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆଦିବାସୀ ସଂଘ କର୍ଲାମୁଣ୍ଡା ପକ୍ଷରୁ ନୁଆଁଖାଇ ଭେଟଘାଟ ପାଇଁ ଗୁରୁବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇଙ୍କ ସଭାପତିତ୍ୱ ରେ ଗୋଣ୍ଡୱାନା ସଂଘ, ଶବର ସମାଜ, ମିର୍ଧା ସମାଜ, ବିଞ୍ଝାଲ ସମାଜ, ଆଦିସ୍କନ୍ଧ ସମାଜ ର କର୍ମକର୍ତ୍ତା ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଗୁଡିକ ଉପରେ ଆଲୋଚନା କରିଥିଲେ।ପ୍ରସ୍ତାବ ଗୁଡିକ ମଧ୍ୟରେ ଆଗାମୀ ନୂଆଖାଇ ଭେଟ ଘାଟ ଅବସରରେ ଆଦିବାସୀ ଶ୍ରେଣୀର ଉଚ୍ଚ ପଦାଧିକାରୀ କର୍ମଚାରୀ ଙ୍କୁ ସମ୍ମାନିତ କରିବା,ଆଦିବାସୀ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ଭଲ ପାରଦର୍ଶିତା କୁ ସମ୍ମାନ, ଆଦିବାସୀ କଳାକାର କ୍ଷେତ୍ରରେ ସମ୍ମାନ, ଆଦିବାସୀ ଉନ୍ନତ କୃଷକ ପ୍ରଭୂତି ଙ୍କୁ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ମେଡିଆ ସେଲ ଇନଚାର୍ଜ ନନ୍ଦି କିଶୋର ଭୋଇ ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଦୟା ସାଗର ମାଝୀ, ନରେନ୍ଦ୍ର ଶବର, ପ୍ରଦୀପ ଭୋଇ, ହେମାରବିନ୍ଦ ଭୋଇ, ନିରଞ୍ଜନ ମାଝୀ, ହରିଶ୍ଚନ୍ଦ୍ର ଭୋଇ, ଜଗନ୍ନାଥ ଭୋଇ, ବିଷମ ଭୋଇ, ସହଦେଵ ଧରୁଆ, ସ୍ୱୟଂମ୍ବର ମିର୍ଦ୍ଧା, ବରୁଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ