-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
25-Aug-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ):କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ବିଜାପାଟି ଠାରେ ଗୁରୁବାର ଗୋଷ୍ଠୀ ସାଧନ କର୍ମୀ ଓ ଅଗ୍ରଣୀ ଚାଷୀଙ୍କୁ ନେଇ ମାଣ୍ଡିଆ ଚାଷୀ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ୱ।ୟସନର ମିଲେଟ ମିଶନ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ପୂଜା ବର୍ମା ଯୋଗ ଦେଇ ସରକାରଙ୍କ ମିଲେଟ ମିଶନ ଯୋଜନାର ଲକ୍ଷ୍ୟ, ଉଦେଶ୍ୟ, ମାଣ୍ଡିଆ ଚାଷର ବିଭିନ୍ନ ପଦ୍ଧତି, ବଜାର ବ୍ୟବସ୍ଥା ଓ ଚାହିଦା, ତଥା ଖାଦ୍ୟ ରୂପେ ବ୍ୟବହାର ଓ ଜୈବିକ ପଦ୍ଧତିରେ ମାଣ୍ଡିଆ ଚାଷ, ଏସ ଏମ ଆଇ, ଏଲ ଟି, ଏଲ ଏସ ପଦ୍ଧତି ଗୁଡିକ ଉପରେ ଆଲୋଚନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ କର୍ଲାମୁଣ୍ଡା ବ୍ଲକରେ ମିଲେଟ ମିଶନ କାର୍ଯକାରୀ ଅନୁଷ୍ଠାନ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ର ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ, ଗୋଷ୍ଠୀ ସାଧନକର୍ମୀ ଭାନୁମତି ପଧାନ,ଜୀବର୍ଦ୍ଧନ ସାହୁ, ଶ୍ରଦ୍ଧାଞ୍ଜଳି ବାଗ, ବାଲ୍ମୀକି ଛତ୍ରୀଆ,ପ୍ରବୀଣ ଭୋଇ, ପ୍ରମୁଖ ତାଲିମ ଶିବିରରେ ଅଂଶଗ୍ରହଣ କରିଥିବା ବିଜାପାଟି ମା ସରସ୍ଵତୀ ମହିଳା ମଣ୍ଡଳର କର୍ମକର୍ତ୍ତା ସମେତ ଯୁଗୀପଲା କୃଷକ ସାଥି ଅଜୁ ରଣା, ବିଜାପାଟି କୃଷକ ସାଥି ସାମନ୍ତ ଦୀପ, ଚାଷୀ ପୂର୍ଣ୍ଣ ଚନ୍ଦ୍ର ମାଝୀ, ଭୁପିନ ଚୌଧୁରୀ ଓ ଅନ୍ୟାନ୍ୟ ଚାଷୀ ଉପସ୍ଥିତ ଥିଲେ। ଏହାପରେ ପୂଜା ବର୍ମା ବିଭିନ୍ନ ସ୍ଥାନରେ ଚାଷୀଙ୍କ ଦ୍ଵାରା ହୋଇଥିବା ମାଣ୍ଡିଆ ଚାରା କୁ ପରିଦର୍ଶନ କରିଥିଲେ।