-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
25-Aug-2022
ବରଗଡ/ବିଜେପୁର:-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ସାଇପାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଖରମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀମାନ ସୁଦାମ ଚରଣ ସାହୁ ଙ୍କ ସଭାପତିତ୍ବରେ ଜନ ଆରୋଗ୍ୟ ସମିତି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବେଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡିକାଲ ଅଫିସର
ଡାକ୍ତର ସୁଶାନ୍ତ ମେହେର ପ୍ରାରମ୍ଭେ ଖରମୁଣ୍ଡା ରେ ଅନୁଷ୍ଠିତ ବୈଠକରେ ଯୋଗଦାନ କରି ଜନ ଆରୋଗ୍ୟ ସମିତି ର ଲକ୍ଷ ଓ ଉଦ୍ଦେଶ୍ୟ ତଥା ସମିତି ରେ ଜଡିତ ଥିବା ସଭ୍ୟ ସଭ୍ୟା ଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ବୈଠକ ରେ ଖରମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅଶ୍ୱିନୀ ଭୋଇ ବର୍ଷ ତମାମ ର ଆୟବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ।ଠିକ ସେଭଳି ସାଇପାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ ବୈଠକରେ ରେ ମଧ୍ୟ ଜିଲ୍ଲାପରିଷଦ ସଭ୍ୟ ଶ୍ରୀମାନ ସାହୁ ସଭାପତିତ୍ବ ରେ ଏଠାରେ କାର୍ଯ୍ୟରତ ଫାର୍ମାସିଷ୍ଟ ଅଭୟ ପଣ୍ଡା ଙ୍କ ସଂଯୋଜନା ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବୈଠକ ରେ ବିଜେପୁର ସି.ଏଚ.ସି ର ମେଡିକାଲ ଅଫିସର ଡାକ୍ତର ମେହେର ଉପସ୍ଥିତ ସଭ୍ୟସଭ୍ୟା ଙ୍କୁ ଜନ ଆରୋଗ୍ୟ ସମିତି ର ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ଏହାର ଲକ୍ଷ ଏବଂ
ଉଦ୍ଦେଶ୍ୟ ଉପରେ ପ୍ରାଞ୍ଜଳ ଭାବ ବୁଝାଇଥିଲେ । ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବି.ପି.ଏମ ଶ୍ରୀମାନ ସୁବାଷ ନନ୍ଦ,ଖରମୁଣ୍ଡା ଫାର୍ମାସିଷ୍ଟ ଶ୍ରୀମାନ ଅନିଲ ପଧାନ, ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀମାନ ରଞ୍ଜିତ ବେହେରା,ଆଇ.ସି.ଡି.ଏସ ସୁପରଭାଇଜର ଶ୍ରୀମତୀ ଶୈଳେନ୍ଦ୍ରୀ ପଧାନ , ସମସ୍ତ ଅଙ୍ଗନବାଡ଼ି କର୍ମୀ, ଅଞ୍ଚଳ ର ଆଶା କର୍ମୀ ସମେତ ଅନେକ ସ୍ବେଛାସେବୀ ଉପସ୍ଥିତ ଥିଲେ।
(ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)