-+91-9937148622 |
prerana_bgr@rediffmail.com |
Tuesday 4th August 2026 |
R.N.I. Regd No. ODIODI/2010/46693
Breaking News
29-Oct-2021
ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ସହରରେ ଦିନକୁ ଦିନ କୁଚିଆ ମଦର କାରବାର ବୃଦ୍ଧି ପାଇବାରେ ଲାଗିଛି । ସବୁଠାରୁ ବଡକଥା ହେଲା ଜନଗହଳିପୂର୍ଣ୍ଣ ରାସ୍ତା ଓ ଜନବସତି ସ୍ଥାନ ଗୁଡିକରେ ଏପରି କୁଚିଆ ମଦର ଖୁଲ୍ଲମଖୁଲ୍ଲା ବେପାର ଚାଲୁଥିବା ଯୋଗୁଁ ଜନସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।
ଏପରି କିଛି ଅଭିଯୋଗ ଆସିଛି ଟିଟିଲାଗଡ଼ ରୋଡ ପେଲେସ ଲାଇନ୍ ସ୍ଥିତ ରାଧlକୃଷ୍ଣ ମନ୍ଦିର ନିକଟସ୍ଥ ଅଞ୍ଚଳରୁ । ଏହା ଏକ ଜନବାସତିପୂର୍ଣ୍ଣ ସ୍ଥ୍ରାନ ଏବଂ ଏଠାରେ ପ୍ରତିଦିନ ସ୍କୁଲ ଯିବା ପାଇଁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ବସକୁ ଅପେକ୍ଷା କରିଥାନ୍ତି । ପାଖରେ ଥିବା କୁଡିଆ ସଦୃଶ ଦୋକାନରେ କୁଚିଆ ମଦର କାରବାର ଏଠାରେ ବହୁ ଦିନରୁ ଚାଲି ଆସିଛି । ମଦ ସହ ଚାଖନା, ପାନ, ବିଡି, ସିଗାରେଟ ଓ ଅନ୍ୟାନ୍ୟ ନାଶl ଦ୍ରବ୍ୟ ଏଠାରେ ବିକ୍ରି ହେଉଥିବା ପଡାବାସୀ ଅଭିଯୋଗ କରିଛନ୍ତି । ଦିନ ହେଉ କି ରାତି ସବୁବେଳେ ଏଠାରେ ମଦ କାରବାର ଚାଲିଥିବା ବେଳେ ଅବକାରୀ ବିଭାଗର ମଧ୍ୟ ଏହା ଉପରେ ନଜର ନାହିଁ । ପ୍ରଶାସନ ତଥା ପୋଲିସକୁ ସ୍ଥାନୀୟ ଅଧିବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହି ମଦ ଦୋକାନକୁ ଏଠାରୁ ହଟାଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ବଂର ଏଠାରେ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ସଂଧ୍ୟା ହେଲେ ଏଠାକୁ କାର ଯୋଗେ ମଦ ଆସିଥାଏ । ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ସବୁବେଳେ ଏଠାରେ ଗହଳି ଦେଖିାବକୁ ମିଳିଥାଏ । ମନ୍ଦିର ପରି ଏକ ପବିତ୍ର ସ୍ଥାନରେ ଏପରି ଏକ କାରବାର ଲୋକଙ୍କ ଭାବାବେଗକୁ ଆଘାତ କରିଛି । ଏହି କୁଚିଆ ମଦ ଦୋକାନକୁ ଏଠାରୁ ସ୍ଥାନାନ୍ତରଣ କରା ନ ଗଲେ ପଡାବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।