-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2021
ପାଟଣାଗଡ଼ (ପ୍ରେରଣା ଖବର) ପାଟଣାଗଡ଼ ଉପଖଣ୍ଡ ବେଲପଡା ସହର ରେ ଚାଲିଥିବା ଜୟବୀର ହେଲ୍ଦ କ୍ଳବ ପ୍ରଥମ ବର୍ଷ ଫୁଟବଲ ଟୁର୍ନାମେଣ୍ଟ ର ଦ୍ବିତୀୟ ସେମିଫାଇନାଲ ଦିବସ ଅନୁଷ୍ଠିତ ହୋଇଥିଲା।ତା୧୦/୧୦/୨୧ ଦିନ ଠାରୁ ଆରମ୍ଭ ହୋଇ ଗତକାଲି ପ୍ରଥମ ସେମି ଫାଇନାଲ ମ୍ୟାଚ ହୋଇଥିଲା ଓ ସେଥିରେ ସୁଲେକେଲାକୁ ହରାଇ ବିଛୁବାହାଲି ବିଜୟୀ ହୋଇ ଫାଇନାଲ ମ୍ୟାଚ ରେ ଉତ୍ତୀର୍ଣ୍ଣ ହୋଇଥିଲାବେଳେ ଆଜି ଦ୍ୱିତୀୟ ସେମିଫାଇନାଲରେ ଦର୍ଲିମୁଣ୍ଡା ଓ କଲ୍ଛିକଚାର ମଧ୍ୟରେ ପ୍ରତିଯୋଗିତା ହୋଇଛି।୪୦ ମିନିଟ୍ ର ଖେଳ ରେ କଲ୍ଛିକଚାର କୁ ଦୁଇ ଗୋଲ୍ ଦେଇ ଦର୍ଲିମୁଣ୍ଡା ବିଜୟୀ ହୋଇଥିବାବେଳେ ଫାଇନାଲ ମ୍ୟାଚ ପାଇଁ ଚୟନ ହୋଇଛନ୍ତି। ଆସନ୍ତାକାଲି ଗିରି ଗୋବର୍ଦ୍ଧନ ରଣଭୂମି ରେ ବିଛୁବାହାଲି ଓ ଦର୍ଲିମୁଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ ହେବାକୁ ଯାଉଛି। ଆଜି ଏହି ଖେଳ ପଡିଆ କୁ ମୁଖ୍ୟ ଅତିଥି ଭାବେ କୋଶଳ ସମନ୍ୱୟ ସମିତି ର ସଭାପତି ଜନାର୍ଦ୍ଦନ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟ କୁ ଆଗେଇ ନେଇଛନ୍ତି ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ମହେନ୍ଦ୍ର ସେଠ ଓ ଜିତୁ ନାଏକ ଯୋଗଦାନ କରିଥିଲେ। ଆଗାମୀ ଦିନରେ ଆହୁରି ସୁନ୍ଦର ଓ ଆକର୍ଷଣୀୟ ଭାବରେ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ ବୋଲି ଜୟବୀର ହେଲ୍ଦ କ୍ଳବ ର ସଭାପତି ହରିଶ ବୁଡେକ ବକ୍ତବ୍ୟ ରଖିଥିଲେ ।