-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
09-Aug-2021
ବଲାଙ୍ଗିର,(ପ୍ରେରଣା ଖବର)- ପୃଥିବୀରେ ଶତକଡା ୫ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି । ସାରା ବିଶ୍ୱରେ ୫୦କୋଟିରୁ ଉର୍ଦ୍ଧ୍ୱ ଆଦିବାସୀଙ୍କ ଜନସଂଖ୍ୟା ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ଭାଷା ପ୍ରଚଳିତ ଥିବାବେଳେ ୫ ହଜାର ରୁ ଉର୍ଦ୍ଧ୍ୱ ସଂସ୍କୃତି ରହିଛି । ୯ ଅଗଷ୍ଟ ୧୯୮୨ ମସିହାରେ ଜେନଭାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ଆଦିବାସୀମାନଙ୍କ ବିଲୁପ୍ତ ପ୍ରାୟ ଭାଷା ଓ ସଂସ୍କୃତିର ସୁରକ୍ଷା ସଂରକ୍ଷଣ ଏବଂ ପୁନଃରୁଦ୍ଧାର ପାଇଁ ପ୍ରସ୍ତାବ ଗୃହିତ କରିଥିଲେ । ୧୯୯୪ ରେ ବିଶ୍ୱ ଆଦିବାସୀ ଦିବସରେ ବା ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳନ କରିବା ପାଇଁ ସଂକଳ୍ପ ପାରିତ କରିଥିଲେ । ପୃଥିବୀର ୯୦ଟି ଦେଶର ୧୯୯୪ ମସିହାରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇ ଆସୁଅଛି । ୧୯୯୫ ରୁ ୨୦୦୪ ପ୍ରଥମ ବିଶ୍ୱ ଆଦିବାସୀ ଦଶନ୍ଧି ଘୋଷଣା କରିଥିଲେ ୟୁନାଇଟେଡ୍ ନେସନ୍ସ ର ସ୍ଥାୟୀ ଆଦିବାସୀ ପରିଷଦ । ଉକ୍ତ ଦଶନ୍ଧିରେ ଆଦିବାସୀଙ୍କ ଶିକ୍ଷା, ସଂସ୍କୃତି, ଅର୍ଥନୈତିକ ବିକାଶ ପାଇଁ ସହଯୋଗ ଓ ପ୍ରୋତ୍ସାହନର ବିଷୟବସ୍ତୁ ଥିବାବେଳେ ୨୦୦୫ ରୁ ୨୦୧୫ ୨ୟ ଦଶନ୍ଧିରେ ଆଦିବାସୀଙ୍କ ଜୀବନ ଶୈଳୀ, ପ୍ରଥା, ପରମ୍ପରା, କିମ୍ବଦନ୍ତୀ, ଇତିହାସ ଉପରେ ଫିଲ୍ମ ନିର୍ମାଣ, ଆଦିବାସୀମାନଙ୍କ ପାଇଁ ମାନବିକ ଅଧିକାର, ମର୍ଯ୍ୟାଦା, ଅସ୍ମିତାର ସହିତ ବିକାଶ, ଆଦିବାସୀଙ୍କ ପାଇଁ ଗଣମାଧ୍ୟମ ଶସକ୍ତିକରଣ ପାଇଁ ବିଭିନ୍ନ ରାଷ୍ଟ୍ର କାର୍ଯ୍ୟ କରିଥିଲେ । ପରିବେଶ ସୁରକ୍ଷାରେ ଆଦିବାସୀଙ୍କ ଅବଦାନକୁ ମିଳିତ ଜାତିସଂଘ ପ୍ରଶଂସା କରିଥିଲେ । ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ, ଜୀବନ ଜିବିକା ସୁରକ୍ଷା, ଅବକ୍ଷୟମୁଖ ଆଦିବାସୀ ଭାଷା, ସଂସ୍କୃତି, ଧର୍ମ, କଳା, ଭାଷ୍କର୍ଯ୍ୟ ନୈପୁଣତାର ପୁନଃଉଦ୍ଧାର ପାଇଁ ମିଳିତ ଜାତିସଂଘର ସଦସ୍ୟ ଗଣ ସହଯୋଗ କରିବାକୁ ପରିଷଦରେ ପ୍ରସ୍ତାବ ପାରିତ ହୋଇଛି । ଏଥି ସହିତ ଆଦିବାସୀଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଚିକିତ୍ସା ସୁବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ରାଷ୍ଟ୍ରମାନଙ୍କୁ ଦାୟିତ୍ୱ ନିହିତ କରିଛନ୍ତି । ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ସର୍ବପ୍ରାଚୀନ ଏବଂ ସମୃଦ୍ଧିଶାଳି ପ୍ରଥା ପରମ୍ପରା ସଂସ୍କୃତି, ବିଲୁପ୍ତପ୍ରାୟ ଭାଷା, ଜମି ଜଳ ଜଙ୍ଗଲ ପରିବେଶ ସୁରକ୍ଷା କରି ବାୟୁ ମଣ୍ଡଳର ଏବଂ ଜୈବ ବିବିଧତା ସୁରକ୍ଷା କରିବା ମୂଳ ଉଦ୍ଦେଶ୍ୟ । ଆଜି ବଲାଙ୍ଗିର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରି ସଭାନେତ୍ରୀ ବନଲତା ମାଝି ଅଧ୍ୟକ୍ଷତାରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଥିଲା । ପରେ ଆଦିବାସୀଙ୍କ ସମସ୍ୟା ସମ୍ବନ୍ଧିତ ୭ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ମଧ୍ୟରେ ଚଳିତ ଶିକ୍ଷାବର୍ଷରେ ହେବାକୁ ଥିବା ଯୁକ୍ତ ଦୁଇ, ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏସନ, ଟେକ୍ନିକାଲ ଭୋକେସନାଳ ପ୍ରୋଫେସନାଲ କଲେଜମାନଙ୍କରେ ନାମଲେଖା ଫିଜ ସମ୍ପୁର୍ଣ୍ଣ ଛାଡ କରିବା, ମେଡିକାଲ କଲେଜ ଇଞ୍ଜିନିୟରିଂ ଏବଂ ପ୍ରୋଫେସନାଲ କଲେଜରେ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କ ପାଇଁ ଶତକଡା ୨୨.୫୦ ପ୍ରତିଶତ ସିଟ ସଂରକ୍ଷଣ କରିବା, ଆଦିବାସୀ ଛାତ୍ର ଛାତ୍ରୀମାନଙ୍କୁ ସ୍ମାର୍ଟ ମୋବାଇଲ ଫୋନ ପ୍ରଦାନ କରିବା, କଲେଜମାନଙ୍କର ସିଟ୍ ସଂଖ୍ୟା ବୁଦ୍ଧି କରିବା, ସ୍ୱତନ୍ତ୍ର କୋଭିଡ ପ୍ୟାକେଜରେ ଓଡିଶା ରାଜ୍ୟର ୬୨ ପ୍ରକାର ଆଦିବାସୀ ସଂପ୍ରଦାୟ ମଧ୍ୟରୁ କେବଳ ୧୩ ପ୍ରକାର ଆଦିମ ଜନଜାତୀ ଗୋଷ୍ଠିଙ୍କ ପରିଷଦ ପିଛା ୫ ହଜାର ଟଙ୍କା ଲେଖାଏ ଜୁଲାଇ ୨୦୨୧ରେ ପ୍ରଦାନ କରାଯାଇଛି ବାକି ୪୯ ପ୍ରକାର ଆଦିବାସୀ ସଂପ୍ରଦାୟର ସମସ୍ତ ପରିବାର ପିଛା ୨ ବର୍ଷର କରୋନା ଆର୍ଥିକ ସହାୟତା
ରାଶି ବାବଦକୁ ୧୦ହଜାର ଟଙ୍କା ଲେଖାଏ ପ୍ରଦାନ କରିବା, ନକଲି ଆଦିବାସୀମାନଙ୍କୁ ଉଚ୍ଚତ୍ତମ ନ୍ୟାୟାଳୟର ଆଦେଶ ଅନୁସାରେ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ମଧ୍ୟରେ ଚାକିରିରୁ ବହିଷ୍କୃତ କରିବା, ଆଦିବାସୀ ଏବଂ ଅନ୍ୟାନ୍ୟା ପାରମ୍ପରିକ ଜନବାସୀଙ୍କ ଜଙ୍ଗଳ ଜମି ସ୍ୱିକୃତି ଆଇନ ଅନୁସାରେ ଆଦିବାସୀ ହିତାଧିକାରୀମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା ପ୍ରଭୃତି ବିଶ୍ୱ ଆଦିବାସୀ ଦିବସ ପାଳ ମହୋତ୍ସବରେ ପ୍ରଫୁଲ୍ଲ ତୁମୁନିଆ, ଅଚ୍ୟୁତ ଧରୁଆ, ମଧୁ ବିଶ୍ୱାଲ, ରାଜେଶ ଭୋଇ, ମାଧବ ବରିହା, ସୁଦାମ ମାଝି, ଦିନବନ୍ଧୁ ମାଝି, ମିତ୍ର ବରିହା, ସତ୍ୟନାରାୟଣ ବରିହା, ନିରଞ୍ଜନ ମାଝି, ଅକ୍ଷ ବରିହା, ଯୁବକ କନ୍ଦା, ତ୍ରିଲୋତମା ଭୋଇ, ହରିକିଶୋର ଭୋଇ, ଲିଙ୍ଗ ବିଶ୍ୱାଲ, ମହାଦେଶ ମଲ୍ଲିକ, ସୁନନ୍ଦ ନେଟି, ପଦ୍ମଲୋଚନ ଧରୁଆ, ରାଜେନ୍ଦ୍ର ମାଝି, କାହ୍ନୁ ଜାନି, ସନ୍ୟାନୀ ମୁଣ୍ଡା, ତୁଳସୀରାମ ଭୋଇ, କିଶୋର ଭୋଇ, ରାମଲାଲ ଭୋଇ, ଶିବଶଙ୍କର ଜାନୀ, ଚନ୍ଦ୍ରମଣୀ ମାଝି, ଭାଗିରଥି କନ୍ଦା, ଗୁଣନିଧି ବରିହା, ପ୍ରଶନ୍ନ ବରିହା, ଗଣନାଥ ଧରୁଆ ଉପସ୍ଥିତ ଥିଲେ ।