-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
09-Aug-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଟେଣ୍ଟ, କ୍ୟାଟରର, ପୁଷ୍ପସଜ୍ଜା, ଆଲୋକ ଏବଂ ଶବ୍ଦ ପ୍ରକରଣ ମାଲିକ ମାନେ କରୋନା ମହାମାରୀ ଯୋଗୁଁ ପ୍ରାୟ ଦୁଇବର୍ଷ ହେଲା କୋଭିଟ ମାଡରେ ଘାଇଲା ହୋଇ ସାରିଲେଣି।ସୂ
ଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ରେ ଆଜି ଟେଣ୍ଟ ମାଲିକ ସଂଘ ସ୍ଥାନୀୟ ଜିଲ୍ଲାପାଳଙ୍କୁ କାର୍ଯାଳୟ ସମ୍ମୁଖରେ କୋଭିଟ ନିୟମ କୋହଲ କରିବାକୁ ଧାରଣା ଦେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ଦିନ ଧରି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନିନ ଭାବରେ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକ ବନ୍ଦ ରହିବା ଯୋଗୁଁ ସଂପୂର୍ଣ୍ଣ ଭାବରେ ତତ୍ ସମ୍ବନ୍ଧୀୟ ବ୍ୟବସାୟ ବନ୍ଦ ହୋଇଯାଇଛି। କରୋନା ସଂକ୍ରମଣ କମୁଥିବାର ପରିସ୍ଥିତିକୁ ଆଖୁ ଆଗରେ ରଖ୍ ବିଭିନ୍ନ କ୍ଷେତ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମକୁ କୋହଳ କରାଯାଉଥିବାବେଳେ ବିବାହ, ବ୍ରତ, ଶୁଦ୍ଧିଘର ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ କ୍ଷେତ୍ରରେ ଅଦ୍ୟାବଧୂ ଏହି ନିୟମରେ କୌଣସି କୋହଳ କରାଯାଉନାହିଁ । ବର୍ତ୍ତମାନ ସରକାରୀ କୋଭିଟ ନିୟମ ପାଳନ କରି ସାମାଜିକ କାର୍ଯ୍ୟ ପାଇଁ କେବଲ ୨୫ ଜଣ ଉପସ୍ଥିତ ରହିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଅମ ଯୋଗୁଁ ଲୋକେ ଟେଣ୍ଟ, କ୍ୟାଟରର, ପୁଷ୍ପସଜ୍ଜା, ଆଲୋକ ଏବଂ ଶବ୍ଦ ପ୍ରକରଣ ଭଡାରେ ନେଉ ନାହାନ୍ତି । ଫଲରେ ଦୋକାନରେ କାମ କରୁଥିବା କର୍ମଚାରୀ ମାନଙ୍କ ମଜୁରୀ ତଥା ଷ୍ଟଲ ଭଡା ମଧ୍ୟ ବାହାରୁ ନାହିଁ। ଏହି ବ୍ୟବସାୟ ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ଓଡ଼ିଶାର ପ୍ରାୟ ୧୨ଲକ୍ଷ ଲୋକଙ୍କର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିଛି । ପୂର୍ବ ନିର୍ଦ୍ଧାରିତ ନିୟମକୁ କୋହଳ କରାଯାଇ ବିବାହ ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ ଅନ୍ୟୁନ ୩୦୦ ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁମତି ପ୍ରଦାନ କରାଗଲେ ଜୀବିକା ନିର୍ବାହ ଓ ଜୀବନ ଧାରଣର ରାସ୍ତା ସୁଗମ ହୁଅନ୍ତା ବୋଲି ଦାବି କରିଛନ୍ତି।