-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
08-Aug-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ତ୍ରିବଣୀପୁର ପଞ୍ଚାୟତ ଅନ୍ତର୍ଗତ ଗଡାଖୋଳ ଗ୍ରାମରେ ରବିବାର ସକାଳ ପ୍ରାୟ ୧୦ଟା ବେଳେ କୂଅରେ ବୁଡି ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଗଡାଖୋଳ ଗ୍ରାମର ଦେବେନ୍ଦ୍ର ଦେହୁରୀ(୩୦)। ମୃତ ଯୁବକ ଜଣକ ଚାଷ କାମ କରୁଥିବା ବେଳେ ଜମି ପାଖରେ ଥିବା ଏକ କୂଅ ଚତୁର୍ପାଶ୍ୱ ଥିବା ଘାସ ଲଟା ସଫା ସୁତୁରା କରୁଥିବା ବେଳେ କୂଅରେ ପଡ଼ି ବୁଡି ଯାଇଥିଲେ। ଦୀର୍ଘ ସମୟ ଧରି ମୃତ ଦେବେନ୍ଦ୍ର ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ କୂଅରେ ମରି ପଡି ଥିବା ଦେଖିବାକୁ ପାଇ ଥିଲେ। ଏହାପରେ ପରିବାର ଲୋକେ ରେଢାଖୋଲ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଆଣିଛି। ଏ ସଂକ୍ରାନ୍ତରେ ରେଢାଖୋଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ସୋମବାର ଦିନ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ଜଣା ପଡ଼ିଛି।