-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Aug-2021
ସୋନପୁର (ମନୋରଞ୍ଜନ ତ୍ରିପାଠୀ) : ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱେଣେ ଙ୍କ ନିର୍ଦ୍ଧେଶ ଏବଂ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ମୁତାବକ ଗତ କାଲି ଶନିବାର ଦିନ ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀ, ଅଧିଷ୍ଟାତା ଦେବ ଶ୍ରୀ ସୁବର୍ଣ୍ଣମେରୁ ଶୈବ ପୀଠ ସମେତ ସହର ର ସମସ୍ତ ଦେବା ଦେବୀ ପୀଠ ଖୋଲା ଯାଇଛି l ଭକ୍ତ ଓ ପୂଜକ ମାନଙ୍କୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ନିୟମ କୁ କଡା କଡୀ ପାଳନ କରିବାକୁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆ ଯାଇଥିବା ବେଳେ ଏସବୁ ନିୟମ କୁ ଯାଞ୍ଚ କରିବା ପାଇଁ ତହସିଲଦାର, ପୌର ପରିଷଦ ଅଧିକାରୀ, ଥାନା ଅଧିକାରୀ ଓ ମନ୍ଦିର ପରିଚାଳନା କମିଟି ମୁଖିଆ ମାନଙ୍କୁ ଜ଼ିଲ୍ଲାପାଳ ଦାଇତ୍ୱ ଅର୍ପଣ କରିଛନ୍ତି l ଦୀର୍ଘ ମାସ ର ବ୍ୟବଧାନ ପରେ ଏହି ଐତିହାସିକ ପୀଠ ର ମନ୍ଦିର ସବୁ ଖୋଲା ହେଵା ପରେ ମନ୍ଦିର ପୂଜକ ପରିବାର ଓ ସହର ତଥା ଜ଼ିଲ୍ଲା ର ଭକ୍ତ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଖୁବ ଖୁବ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଛି l ଏବଂ ଗତ କାଲି ଠାରୁ ସାରା ସୁବର୍ଣ୍ଣପୁର ସହର ଉତ୍ସବ ମୁଖର ହୋଇ ଉଠିଛି l ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ଗତ କାଲି ନାମ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଏ ପୀଠ ସମେତ ମାଁ ସୁରେଶ୍ୱରୀ ଓ ସବୁ ଦେବା ଦେବୀ ପୀଠ ରେ ସହର ତଥା ଦୂର ଦୁରାନ୍ତ ର ଶହ ଶହ ଭକ୍ତ ଏପରିକି ମହିଳା ଭକ୍ତ ଙ୍କ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା l ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କ ସମେତ ମାଁ ସୁରେଶ୍ୱରୀ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ମାଁ ଙ୍କ ପୀଠ ରେ ଉପସ୍ଥିତ ରହି ଭକ୍ତ ଓ ପୂଜକ ମାନଙ୍କୁ କୋଭିଡ ନୀତି ନିୟମ ଉପରେ ସଚେତନ କରୁଥିଲେ l